www.samajalive.in
Monday, December 8, 2025
24.1 C
Bhubaneswar

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ନିମନ୍ତେ ଇଂଲଣ୍ଡ ଦଳ ଘୋଷିତ

ଲଣ୍ଡନ୍ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଓ ଘରୋଇ ଇଂଲଣ୍ଡ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ନିମନ୍ତେ ୧୩ ଜଣିଆ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ସାଉଥାମ୍ପଟନ୍‌ରେ ଆସନ୍ତା ବୁଧବାରରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପାରିବାରିକ କାରଣରୁ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ଖେଳିପାରିବେ ନାହିଁ। ରୁଟ୍‌ଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଦଳର ନେତୃତ୍ବ ନେବେ। ଘୋଷିତ ଦଳରେ ସ୍ପିନର ଭାବେ ଡୋମିନିକ୍‌ ବେସ୍‌ଙ୍କୁ ସାମିଲ କରାଯାଇଛି। ଗତ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବେସ୍‌ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ବରିଷ୍ଠ ଖେଳାଳି ମୋଇନ୍‌ ଅଲ୍ଲିଙ୍କୁ ଦଳରେ ସ୍ଥାନ ମିଳି ନାହିଁ। ପ୍ରଥମ ମ୍ୟାଚ୍‌ ନିମନ୍ତେ ଘୋଷିତ ରିଜର୍ଭ ଖେଳାଳି ତାଲିକାରେ ଅନ୍ୟତମ ସ୍ପିନର ଜ୍ୟାକ୍‌ ଲିଚ୍‌ଙ୍କୁ ସାମିଲ କରାଯାଇଛି। ସାମ୍‌ କରନ୍‌ଙ୍କ କରୋନା ପରୀକ୍ଷା ନେଗେଟିଭ୍‌ ବାହାରିବା ପରେ ତାଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ରିଜର୍ଭ ଖେଳାଳି ଭାବେ ରଖାଯାଇଛି। ଦୁଇ ଦଳ ମଧ୍ୟରେ ଦ୍ବିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚ୍‌ ମାଞ୍ଚେଷ୍ଟର୍‌ରେ ଖେଳାଯିବ।
ଇଂଲଣ୍ଡ ଦଳ : ବେନ୍‌ ଷ୍ଟୋକ୍‌ସ (ଅଧିନାୟକ), ଜେମ୍‌ସ ଆଣ୍ଡରସନ୍‌, ଜୋଫ୍ରା ଆର୍ଚର, ଡୋମିନିକ୍‌ ବେସ୍‌, ଷ୍ଟୁଆର୍ଟ ବ୍ରଡ, ରୋରି ବର୍ଣ୍ଣସ୍‌, ବଟଲର୍‌, ଜ୍ୟାକ୍‌ କ୍ରଲ୍‌ଲେ, ଜୋ ଡେନ୍‌ଲି, ଓଲି ପୋପ୍‌, ଡୋମ୍‌ ସିବ୍‌ଲେ, କ୍ରିସ୍‌ ୱକ୍‌ସ ଓ ମାର୍କ ଉଡ୍‌।
ରିଜର୍ଭ ଖେଳାଳି : ଜ୍ୟାକ୍‌ ବ୍ରସେ, ସାମ୍‌ କରନ୍‌, ଡାନ୍‌ ଲରେନ୍ସ, ଜ୍ୟାକ୍‌ ଲିଚ୍‌, ସାକିବ୍‌ ମହମ୍ମଦ, କ୍ରେଗ୍‌ ଏଭରଟନ୍‌, ଓଲି ରବିନ୍‌ସନ୍‌ ଓ ଓଲି ଷ୍ଟୋନ୍‌।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories