www.samajalive.in
Monday, December 8, 2025
24.1 C
Bhubaneswar

ପୂର୍ବ ଭଳି କଟକଣାରେ ଚାଲିବ ଅଦାଲତ କାର୍ଯ୍ୟ

କଟକ : କୋଭିଡ-୧୯କୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଆଧାରରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଜଣା ଯାଇଛି। ବର୍ତ୍ତମାନ ଭଳି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। କଟକଣା ମଧ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ହାଇକୋର୍ଟରେ ମାମଲା ଶୁଣାଣି ଚାଲିବ ବୋଲି ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି। ପୂର୍ବରୁ ନିମ୍ନ ଅଦାଲତ ଓ ଟ୍ରିବୁନାଲରେ ସ୍ବାଭାବିକ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖି କେବଳ ଜରୁରୀ ମାମଲା ଶୁଣାଣି ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ନିମ୍ନ ଅଦାଲତରେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ଓ ଯଦି କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତି ଅନୁମତି ଦିଏ ତେବେ ସଂପୃକ୍ତ ଜିଲ୍ଲାରେ ଦେୱାନୀ ଓ ଫୌଜଦାରୀ ମାମଲା ଶୁଣାଣି କରାଯାଇ ପାରିବ, ବିଚାରାଧୀନ ବନ୍ଦୀଙ୍କ ମାମଲା ଓ ପୁରୁଣା ମାମଲାର ଶୁଣାଣିକୁ ଅଗ୍ରାଧିକାର ଦିଆଯିବ ବୋଲି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ-୧୯ ନିୟମାବଳୀ ଅନୁସାରେ ଜିଲ୍ଲାପାଳ ବା ଉପଯୁକ୍ତ କର୍ତ୍ତୃପକ୍ଷ ଯଦି କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରନ୍ତି କିମ୍ବା ସଟ୍ ଡାଉନ କରନ୍ତି ତେବେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍ ଓ ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଏହି ଅଞ୍ଚଳରେ ଥିବା ଅଦାଲତ ବା ଟ୍ରିବୁନାଲକୁ ବନ୍ଦ କରିବାକୁ କ୍ଷମତାପ୍ରାପ୍ତ ବୋଲି ସ୍ପଷ୍ଟ କରାଯାଇଛି। ଜୁଲାଇ ମାସରେ ଯେଉଁ ସବୁ ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରାଯାଇଛି ସେଠାରେ ହାଇକୋର୍ଟ କାର୍ଯ୍ୟାଳୟ, ନିମ୍ନ ଅଦାଲତ ଓ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। ଯଦି ଆଉ କୌଣସି ସ୍ଥାନରେ ଏଭଳି ସପ୍ତାହ ଶେଷ ସଟ୍ ଡାଉନ ଘୋଷଣା କରାଯିବ ତେବେ ସେଠାରେ ମଧ୍ୟ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ରାଜ୍ୟର ସମସ୍ତ ଅଦାଲତ ଓ ଟ୍ରିବୁନାଲ ପାଳନ କରିବେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories