www.samajalive.in
Wednesday, December 10, 2025
18.1 C
Bhubaneswar

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ

ଭୁବେନଶ୍ୱର :ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।  ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ବର୍ତମାନ ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଂଚିଲାଣି। ଫଳରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେଣି। ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳ  ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଏକ ନୀରବ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାର ତୈଳ ଦର, ଏକ୍ସାଇଜ୍‍ ଡ୍ୟୁଟି କମାଇବାରେ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦୧୧ ମସିହା ୟୁପିଏ-୨ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‍ ପିଛା ୧୦୭ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ଓ ଡିଜେଲ ୭୩ ଟଙ୍କା ଥିଲା। କିନ୍ତୁ ବର୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍‍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭାଟ୍‍ ଓ ଏକ୍ସାଇଜ୍‍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଂଚିଛି। ବର୍ତମାନ ଦେଶ କରୋନା ମହାମାରୀରେ ଗତି କରୁଥିଲା ବେଳେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ ଚଡକ ପକାଇଛି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜରାସ୍ତାକୁ ଯାଇ ଯାତାୟତ କରୁଥିବା ଅଟୋଚାଳକ, ବାଇକ୍‍ ଚାଳକ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ତେଲ ଦର ବୃଦ୍ଧି ସଂପର୍କରେ ସେମାନଙ୍କର ମତାମତ ଲୋଡିଥିଲେ। ଉତରରେ ସମସ୍ତେ ତେଲ ଦର ବୃଦ୍ଧି ବିରୁଦ୍ଧରେ ମତ ଦେଇ ଏଥିପାଇଁ ସେମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ।

- Advertisement -

ଭାରତର ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଏଡିଏମ୍‍ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ବିପିନ୍‍ ଦାସ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ୍‍ ଦାଶ, ପଦ୍ମାକର ଗୁରୁ, ବିଷ୍ଣୁ ଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ମନୋରଂଜନ ଦାଶ, ହଳଧର ସେଠୀ, ଅଭିଷେକ ମହାନନ୍ଦ, ମାନସ ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଜ୍ୟୋତିଷ ସାହୁ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ଅମୀୟ ପାଣ୍ଡବ, ବିଣାପାଣି ସାମଲ, ଶୁଭଶ୍ରୀ ପଣ୍ଡା, ପ୍ରକାଶ ମିଶ୍ର, ନରେଶ ମହାନ୍ତି, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ଲିଙ୍ଗରାଜ ସାହୁ, ଦେଓ ପ୍ରସାଦ, ଶ୍ରୀୟାସ୍ମିତା ପଣ୍ଡା, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ଦେବୀପ୍ରସାଦ ବାହାଲିଆ, ତାପସ ସେଠୀ, ନାସିର ଅହମ୍ମଦ ଖାନ୍‍, ମନୋରଂଜନ କୁଣ୍ଡୁ, ଚୈତାଳୀ ପଟ୍ଟନାୟକ, ମଂଟୁ ମଲିକ, ରଂଜନ କୁମାର ମହାଲିକ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories