www.samajalive.in
Monday, December 8, 2025
13.1 C
Bhubaneswar

ରାଜଧାନୀରେ ଓଏଫ୍‌ଏସ୍‌ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳର ଓଏଏଫ୍‌ ଅଫିସର ଅଭିଳାଶ ସ୍ବରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବଲାଙ୍ଗୀର ଜିଲାର ଟିଟିଳାଗଡ଼ ଅଞ୍ଚଳର ଅଭିଳାଶ ସ୍ବୂରପ ମହାପାତ୍ର ନୂତନ ଭାବେ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ନିଯୁକ୍ତି ପାଇଥିଲେ। ଆଜି ଓଏଫ୍‌ଏସ୍‌ ଅଫିସର ଭାବେ ଚାକିରିରେ ଯୋଗଦେଇଥାନ୍ତେ। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅଭିଳାଶ ପତ୍ନୀଙ୍କ ସହ ଡୁମୁଡୁମା ଅଞ୍ଚଳରେ ରହୁଥିଲେ। ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଚାକିରିରେ ଯୋଗଦାନ ଗୋଟିଏ ଦିନ ପୂର୍ବରୁ ନବନିଯୁକ୍ତ ଓଏଏଫ୍‌ ଅଫିିସଅଭିଳାଶ ସ୍ବରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଓଡ଼ିଶା ଫାଇନାନ୍ସ ସର୍ଭିସ୍‌(ଓଏଫ୍‌ଏସ୍‌) ଚାକିରିରେ ଯୋଗଦୋର ଥିଲା। ହେଲେ ତା’ର ଗୋଟିଏ ଦିନ ପୂର୍ବରୁ ଗତକାଲି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁସାରରେ ଅଭିଳାଶଙ୍କ ପୈତୃକ ଘର ଟିଟିଲାଗଡ଼ରେ, କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ପତ୍ନୀଙ୍କ ସହିତ ରହୁଥିଲେ। ଅଭିଳାଶ ପୂର୍ବରୁ ଏକ ବ୍ୟାଙ୍କରେ ଚାକିରି କରିଥିଲେ। କିଛି ମାସ ତଳେ ସେ ଓଏଫ୍‌ଏସ୍‌ ପାଇଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କୁହାଯାଉଛି ପରିବାର ସଦସ୍ୟଙ୍କ ସହିତ କଳହ ପରେ ସେ ଏକ ରୁମ୍‌ ଭିତରକୁ ଯାଇ ଭିରପଟୁ କବାଟ କିଳି ଦେଇଥିଲେ। କବାଟ ବାଡେଇ ଡାକିବାରୁ ନ ଶୁଣିବାରୁ ପରିବାର ଲୋକେ ଘର କବାଟ ଭାଙ୍ଗିଥିଲେ। ହେଲେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ଖଣ୍ଡଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପାରିବାରିକ କହଳରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅଭିଳାଶ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories