www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ପରିଚାଳନାରେ ସରକାରଙ୍କ ବିଫଳତା ଅଭିଯୋଗ ; ମିଳିତ ବିରୋଧୀଦଳର ରାଜ୍ୟସ୍ତରୀୟ ପ୍ରତିବାଦ

ଭୁବେନଶ୍ୱର : ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି। ୧୨ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ଏହି ପ୍ରତିବାଦ କରିବା ସହିତ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ସପ୍ତଗିରି ଉଲାକା, ଆଶିଷ କାନୁନ୍‍ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍‍ ଟେଷ୍ଟିଂ ଖୁବ୍‍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ। ଓଡିଶାର ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍‍ ଟେଷ୍ଟିଂ କରିବାର ଘୋଷଣା କରି ସେଥିରୁ ଓହରି ଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍‍ ଟେଷ୍ଟିଂ ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ବଢାଇ ଚାଲିଛି। କ୍ୱାରେଣ୍ଟାଇନ୍‍ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଞ୍ଚା ଦେଉଛନ୍ତି। ଓଡିଶା ଔଷଧ ନଗମରେ ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତି ଏବଂ କେଳେଙ୍କାରୀ ଦେଖାଦେବା ଅତ୍ୟନ୍ତ ନିନ୍ଦନୀୟ। ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କଳାକାର ଇତ୍ୟାଦିଙ୍କର ଜୀବିକା ତାଲା ବନ୍ଦ ଯୋଗୁଁ ଠପ୍‍ ହୋଇଯାଇଛି କହିଲେ ଚଳେ। ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ସେଗୁଡିକ ଭିତରୁ ପ୍ରମୁଖ ଦାବିଗୁଡିକ ହେଉଛି ଆୟକର ଦେଉ ନଥିବା ଓଡିଶାର ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ସିଧାସଳଖ ଆର୍ଥିକ ସହାୟତା, ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବା, ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିପ୍‍ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା କରିବା, ଉଠା ଦୋକାନୀ, କଳାକାର ଇତ୍ୟାଦିଙ୍କୁ ୧୦ ହଜାର ଟଙ୍କାର ସହାୟତା ଦେବା, ସୂତାକଳ ସମେତ ରାଜ୍ୟରେ ବନ୍ଦ ହୋଇପଡିଥିବା କଳକାରଖାନାଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଓଡିଶା ଔଷଧ ନିଗମରେ ହେଉଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଇତ୍ୟାଦି ଅର୍ନ୍ତଭୁକ୍ତ।

- Advertisement -

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍‍ ଆଦ୍‍ମୀ ପାର୍ଟି, ଅଲ୍‍ ଇଣ୍ଡିଆ ଫର୍‍ୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏନ୍‍ସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଭାଗ ନେଇଥିଲେ। ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‍ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍‍ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ସନ୍ତୋଷ ଦାସ, ଅଭିରାମ ବେହେରା, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ, ସୁବଳ ଚରଣ ସାହୁ, ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁର ଜେନା, ପ୍ରଣବ ଛୋଟରାୟ, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଅମୀୟ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍‍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଦେଓ ପ୍ରସାଦ, ନରେଶ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ନିରୁପମା ପାତ୍ର, ବାଙ୍କନିଧି ବେହେରା, ରସିକ ପଟ୍ଟନାୟକ, ଦୀପକ ସାହୁ, ପ୍ରକାଶ ମିଶ୍ର, ବିଶ୍ୱଜିତ୍‍ ଦାସ, କହ୍ନେଇ ଚରଣ ସେଠୀ, ସତ୍ୟସ୍ମିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମାନସ ଆଚାର୍ଯ୍ୟ, ସରୋଜ ପରିଡା, ମନୋଜ ସାହୁ, ଶୈଳେନ୍ଦୁ ମଜୁମଦାର, ବିଜୟ ପ୍ରଧାନ, ବୁନା ମହାନ୍ତି, ଶାହାଦୁଲ୍ଲା, କୁଳମଣି ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories