www.samajalive.in
Wednesday, December 10, 2025
26.1 C
Bhubaneswar

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀଙ୍କୁ ଉପଜିଲ୍ଲାପାଳ ପଦ; ୫ କୋଟି ଟଙ୍କା ସହାୟତା

ଗାଲୱାନ ଘାଟୀରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷ ସମୟରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପରିବାରକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଞ୍ଚ କୋଟି ଟଙ୍କା ଓ ଜମି ପ୍ରଦାନ ସହ ତାଙ୍କ ପତ୍ନୀଙ୍କୁ ଉପଜିଲ୍ଲାପାଳ ପଦବୀରେ ନିଯୁକ୍ତି ଦେଇଛନ୍ତି। ଏଭଳି ସହାୟତା ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଇଛି।

- Advertisement -

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପୈତୃକ ଗୃହକୁ ଗସ୍ତ କରି ତାଙ୍କ ପତ୍ନୀଙ୍କୁ ୫ କୋଟି ଟଙ୍କାର ଚେକ, ଉପଜିଲ୍ଲାପାଳ ପଦବୀରେ ନିଯୁକ୍ତି ପତ୍ର ଓ ବଂଜାରା ହିଲସରେ ୭୧୧ ସ୍କୋୟାରର ଜମି ପଟ୍ଟା ପ୍ରଦାନ କରିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରାଓ ମଧ୍ୟ ସହିଦ ହୋଇଥିବା ଅନ୍ୟ ୧୯ ସୈନିକଙ୍କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ସମଗ୍ର ଦେଶ ଆମ ଦେଶର ସୀମା ରକ୍ଷା କରୁଥିବା ସୈନିକଙ୍କ ସହିତ ଛିଡା ହେବା ଉଚିତ୍। ଆମକୁ ସହିଦ ହୋଇଥିବା ସୈନିକଙ୍କୁ ସମର୍ଥନ କରିବାକୁ ପଡିବ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ପଡିବ। ଏହିପରି କାର୍ଯ୍ୟ ସେନା କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories