www.samajalive.in
Tuesday, December 9, 2025
17.1 C
Bhubaneswar

ଅମାନବୀୟ: କରୋନାରୁ ସୁସ୍ଥ ପରେ ବି ଘର ମନା, ହସ୍ପିଟାଲରୁ ନେଉନାହାନ୍ତି ପରିବାର ଲୋକେ

ହାଇଦ୍ରାବାଦ: କରୋନା କଷ୍ଟଠାରୁ ବଳିଯାଉଛି ରୋଗୀ ପ୍ରତି ଲୋକଙ୍କ କ୍ରୂର ଚିନ୍ତାଧାରା। ରୋଗୀ ସୁସ୍ଥ ହେବା ପରେ ବି ତା’ ପ୍ରତି ମଣିଷର ମନୋଭାବରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଖୋଦ ପରିବାର ଲୋକେ ମଧ୍ୟ ରୋଗୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ରୋଗୀ ସୁସ୍ଥ ହେବା ପରେ ବି ତା’କୁ ଘରକୁ ନେବାକୁ ଚାହୁଁନାହାନ୍ତି। ଏପରି ଏକ ଅଭାବନୀୟ ଏବଂ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ।

ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯିବା ସହିତ ଘରକୁ ଯିବାକୁ କୁହାଯାଇଛି। କିନ୍ତୁ ଏବେ ପରିବାର ଲୋକେ ସେମାନଙ୍କୁ ଘରକୁ ନେବାକୁ ମନା କରିଦେଇଛନ୍ତି। ହସ୍ପିଟାଲର ନୋଡାଲ ଅଧିକାରୀ ଡା. ପ୍ରଭାକର ରାଓ କହିଛନ୍ତି, ୫୦ରୁ ଅଧିକ ମହିଳା ଏବଂ ପୁରୁଷ ରୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ। ୧୦ରୁ ୧୫ ଦିନ ଧରି ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଥିଲା। ଏହା ପରେ ସେମାନେ ସୁସ୍ଥ ହୋଇଗଲେ। ସେମାନଙ୍କୁ ଘରକୁ ଯାଇ କ୍ବାରେଣ୍ଟାଇନରେ ରହିବାକୁ କୁହାଗଲା। କିନ୍ତୁ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଘରକୁ ନେବାକୁ ମନା କରିଦେଲେ। ଏହା ପରେ ହସ୍ପିଟାଲରେ ପୁଣି ଥରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ରହିବା ପାଇଁ ବେଡ୍‌ ବ୍ୟବସ୍ଥା ହୋଇଛି। ପୁଣି ଥରେ ​‌ସେମାନଙ୍କ ପରୀକ୍ଷା କରିବାକୁ ପରିବାର ଲୋକେ କହୁଛନ୍ତି। କିନ୍ତୁ ଏପରି ସମୟରେ ସାନି ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ଡାକ୍ତର ପ୍ରଭାକର କହିଛନ୍ତି।

- Advertisement -

ସେ ଆହୁରି କହିଛନ୍ତି, ଅନ୍ୟ ଏକ ଘଟଣାରେ ଜଣେ ୯୩ ବର୍ଷୀୟା ବୃଦ୍ଧା କରୋନାରେ ସଂକ୍ରମିତ ହୋଇ ଏଠାରେ ଚିକିତ୍ସିତ ହେଉଥିଲେ। ୧୫ ଦିନ ପରେ ସେ ସୁସ୍ଥ ହୋଇଥିଲେ। ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ପରିବାର ଲୋକେ ତାଙ୍କୁ ନେବାକୁ ଆସିଲେ ନାହିଁ। ସେଥିଲାଗି ଉକ୍ତ ବୃଦ୍ଧାଙ୍କୁ ବି ହସ୍ପିଟାଲରେ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories