www.samajalive.in
Monday, December 8, 2025
13.1 C
Bhubaneswar

ଡ. ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରିବାକୁ ଜାତୀୟ ୱେବିନାରରେ ଦାବି

ଭୁବନେଶ୍ୱର : ଡ.ହରେକୃଷ୍ଣ ମହତାବ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ମହାନାୟକ ଥିଲେ ବୋଲି ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମତବ୍ୟକ୍ତ କରିଛନ୍ତି। ଡ଼ ମହତାବଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଜାତୀୟ ୱେବିନାରରେ ଉଦଘାଟନୀ ଭାଷଣ ପ୍ରଦାନ କରି ଡ଼ ପାତ୍ର ସ୍ୱାଧୀନତା ସଂଗ୍ରାମରେ ଯେପରି ଡ଼ ମହତାବ ଙ୍କର ଅଗ୍ରଣୀ ଭୂମିକା ରହିଥିଲା, ସ୍ୱାଧୀନ ଭାରତରେ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ମଧ୍ୟ ତାଙ୍କର ଯୋଗଦାନ ସେହିଭଳି ବଳିଷ୍ଠ ଥିଲା ବୋଲି ଉଲେଖ କରିଥିଲେ। ପ୍ରକୃତରେ ଡ଼. ମହତାବ ଆଧୁନିକ ଓଡ଼ିଶା ଗଠନର ସୁଯୋଗ୍ୟ ବିନ୍ଧାଣି ବୋଲି ବାଚସ୍ପତି କହିଥିଲେ।

ଇନିଷ୍ଟିଚୁଟ ଅଫ ମେଡିଆ ଷ୍ଟଡ଼ିଜ ଦ୍ୱାରା ଅନୁଷ୍ଠିତ “ ନବଉତ୍କଳର ନିର୍ମାତା : ଉତ୍କଳ କେଶରୀ ମହତାବ “ଶୀର୍ଷକ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅୟୋଜକ ତଥା ଆଇ. ଏମ. ଏସ. ର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୱେବିନାରକୁ ସମ୍ବୋଧନ କରି ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର , ଡ଼. ମହତାବ ଜଣେ ବ୍ୟକ୍ତି ନୁହନ୍ତି ଅନୁଷ୍ଠାନ ଥିଲେ ବୋଲି ଦର୍ଶାଇଥିଲେ। ୩୦ ଦଶକରେ ସେ ଉତ୍କଳକଂଗ୍ରେସର ମଙ୍ଗୁଆଳ ଥିବା ବେଳେ ୧୯୩୭ ରୁ ୧୯୫୦ ପର୍ଯ୍ୟନ୍ତ ଓଡିଶା ଗଠନ ନେଇ ତାଙ୍କର ଯୋଗଦାନ ସକ୍ରିୟ ଥିଲା ବୋଲି ପ୍ରଫେସର ମିଶ୍ର ସୁଚାଇଥିଲେ। ପ୍ରଫେସର ନୀରଞ୍ଜନ ପାଢ଼ୀ ଡ଼. ମହତାବଙ୍କ ଓଡ଼ିଶାର ବଲ୍ଲବଭାଇ ପଟେଲ ବୋଲି ବର୍ଣନା କରି, ସେ ରାଜ୍ୟର ଅଦ୍ୱିତୀୟ ନେତା ଥିଲେ ବୋଲି ଘୋଷଣା କରିଥିଲେ। ପ୍ରକୃତରେ ମଣିଷ ଓ ପ୍ରତିଭାକୁ ଚିହିଁବାରେ , ଡ଼.ମହତାବଙ୍କର ଅପାର ପାରଦର୍ଶିତା ଥିଲା ବୋଲି ଡ଼.ପାଢ଼ୀ ଉଲେଖ କରିଥିଲେ। ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ସଦାସର୍ବଦା ନୂତନତ୍ୱର ପରିକଳ୍ପନା ଓ ପରିବେଷଣ କରିବାରେ ଡ଼. ମହତାବ ସିଦ୍ଧହସ୍ତ ଥିଲେ ବୋଲି ସୂଚାଇ , ସେ ଭାରତରତ୍ନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି କହିଥିଲେ। ସଭାରେ ଉଦବୋଧନ ଦେଇ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ ,ଡ଼. ମହତାବ ପ୍ରକୃତରେ ନବ ଉତ୍କଳର ମହାନିର୍ମାତା ଥିଲେ ଏବଂ ସାରା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ସଦା ସର୍ବଦା ବ୍ରତୀ ଥିଲେ ବୋଲି ପ୍ରକାଶ କରିଥିଲେ।

- Advertisement -

ୱେବିନାରରେ ଶେଷରେ ଧନ୍ୟବାଦ ପ୍ରଦାନ କରି ନୂଆଦିଲ୍ଲୀ ସ୍ଥିତ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଡ଼. ମହତାବଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ। ଏହି ୱେବିନାରରେ ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଡ଼. ମହତାବଙ୍କ ସୁପୁତ୍ର ସାଂସଦ ଭର୍ତ୍ତୃହରି ମହତାବ, କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା, ୟୁଏଇ ଓଡିଶା ସମାଜର ସାଧାରଣ ସମ୍ପାଦକ ପ୍ରିତିଶ ଦାସ, କଲିକତା ଉତ୍କଳ ଶିକ୍ଷା ସଂସଦର ଉପ ସଭାପତି ପିତାମ୍ବର ବାରିକ, ରୂପଶ୍ରୀ ମହାନ୍ତି, ଅମିତ ପରମାଣିଙ୍କ, ସରୋଜ ରଞ୍ଜନ, ଏନ. ସି. ସାହୁ, ଆର.ଏନ. ମହାପାତ୍ର, ଶୀତକଣ୍ଠ ପ୍ରତାପ ସିଂହ, ପୂର୍ବାଷା ମହାନ୍ତି, ବିଳାସ ଦାସ ପ୍ରମୁଖ ଅନ୍ୟତମ। ଏହି ୱେବିନାରକୁ ଡ଼. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ବିରୁପାକ୍ଷ ତ୍ରିପାଠୀ ,ପବିତ୍ର ମହାରଥା , ଅମିତବ ଖିଲାର ଓ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ସଂଯୋଜନା କରିଥିଲେ। ବିଶିଷ୍ଟ ସାହିତ୍ୟିକ ଦେବ ପ୍ରସାଦ ଦାଶ ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories