www.samajalive.in
Sunday, December 7, 2025
16.1 C
Bhubaneswar

ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମ ନିର୍ଭର ପାଣ୍ଠି (ପିଏମ ସ୍ୱନିଧି)କୁ କାର୍ଯ୍ୟକାରୀ କରିବା ପାଇଁ  ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଉଠାଦୋକାନୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଲଘୁ-ଋଣ (ମାଇକ୍ରୋ କ୍ରେଡିଟ) ସୁବିଧା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ। ଏଥିରେ ଏସଆଇଡିବିଆଇ କାର୍ଯ୍ୟାନ୍ୱୟନ ସଂସ୍ଥି ଭାବେ ସାମିଲ ହେବ। ଏହି ବୁଝାମଣାପତ୍ରରେ ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜୟ କୁମାର ଏବଂ ଏସଆଇଡିବିଆଇର ଉପ-ପରିଚାଳନା ନିର୍ଦ୍ଦେଶକ ଭି. ସତ୍ୟ ଭେଙ୍କଟ ରାଓ ସ୍ୱାକ୍ଷର କରିଥିଲେ।
ବୁଝାମଣା ଅନୁଯାୟୀ, ଏସଆଇଡିବିଆଇ ପିଏମ ସ୍ୱନିଧି ଯୋଜନାକୁ ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଲାଗୁ କରିବ। ଏହା ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ ଲାଗି କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ (ସିଜିଟିଏମଏସଇ) ମାଧ୍ୟମରେ ଋଣ ପ୍ରଦାନକାରୀ ସଂସ୍ଥାନଗୁଡ଼ିକୁ କ୍ରେଡିଟ ଗ୍ୟାରେଣ୍ଟି ପରିଚାଳନା ସୁବିଧା ମଧ୍ୟ ପ୍ରଦାନ କରିବ। ଏହା ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଏବଂ ସମନ୍ୱିତ ଆଇଟି ପ୍ଲାଟଫର୍ମ ବିକଶିତ କରିବ ଯାହା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ (ୟୁଏଲବି), ଋଣ ପ୍ରଦାନକାରୀ ସଂସ୍ଥାନ, ଡିଜିଟାଲ ପଇଠ ସଂଗ୍ରାହକ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଏବଂ ସୂଚନା ପ୍ରସାର ସୁବିଧା ପ୍ରଦାନ କରିବ। ପୋର୍ଟାଲ ଓ ମୋବାଇଲ ଆପ ମାଧ୍ୟମରେ ସମସ୍ତ ପ୍ରକ୍ରିୟା ତଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନର କାଗଜପତ୍ର ପ୍ରସ୍ତୁତ କରିବା ସହିତ ସମ୍ପୂର୍ଣ୍ଣ ସମାଧାନ ଯୋଗାଇ ଦିଆଯିବ।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ରାଷ୍ଟ୍ରାୟତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି), ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି), ସୂକ୍ଷ୍ମ ଆର୍ଥିକ ସଂସ୍ଥାନ(ଏମଏଫଆଇ), ସମବାୟ ବ୍ୟାଙ୍କ, ଲଘୁ ଆର୍ଥିକ ବ୍ୟାଙ୍କ (ଏସଏଫବି), ଆଂଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ଆଦି ଭଳି ଋଣପ୍ରଦାନକାରୀ ସଂସ୍ଥାନଗୁଡ଼ିକର ନେଟୱର୍କିଂର ଲାଭ ନିଆଯିବ।
ଏସଆଇଡିବିଆଇ ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରକଳ୍ପ ପରିଚାଳନା ୟୁନିଟ (ପିଏମୟୁ) ମଧ୍ୟ ଉପଲବ୍ଧ କରାଇବ। ଏଥିରେ ପିଏମ ସ୍ୱନିଧି ଅବଧି ଅର୍ଥାତ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପ୍ରଶିକ୍ଷଣ/କ୍ଷମତା ନିର୍ମାଣ, ବ୍ୟାଙ୍କିଙ୍ଗ, ଏନବିଏଫସି ଏବଂ ଏମଏଫଆଇ ଆଦି କ୍ଷେତ୍ରର ବିଶେଷଜ୍ଞମାନେ ସାମିଲ ରହିବେ।
ସୂଚନାଯୋଗ୍ୟ ଯେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ୧ଜୁନ, ୨୦୨୦ରେ ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ କୋଭିଡ-୧୯ ଲକଡାଉନ କାରଣରୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ଉଠାଦୋକାନୀମାନଙ୍କୁ ନିଜର ଜୀବିକା ଆରମ୍ଭ କରିବା ଲାଗି ଶସ୍ତା କାର୍ଯ୍ୟଶୀଳ ପୁଞ୍ଜି ଋଣ ଉପଲବ୍ଧ କରାଇବା।
ଏହି ଯୋଜନାର ଲକ୍ଷ୍ୟ ୫୦ ଲକ୍ଷରୁ ଅଧିକ ଉଠାଦୋକାନୀମାନଙ୍କୁ ଲାଭ ପହଁଚାଇବା। ଏହାର ଅନ୍ତର୍ଗତ ଉଠାଦୋକାନୀମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣ ନେଇପାରିବେ। ଏହାକୁ ସେମାନେ ଗୋଟିଏ ବର୍ଷର ଅବଧି ମଧ୍ୟରେ ମାସିକ କିସ୍ତି ଆକାରରେ ସୁଝିପାରିବେ। ନିର୍ଦ୍ଧାରିତ ସମୟରେ/ଶୀଘ୍ର ଋଣ ପରିଶୋଧ କରିବା ଉପରେ ୭ପ୍ରତିଶତର ବାର୍ଷିକ ସୁଧ ସବସିଡି ସୁବିଧା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଯୋଗାଇ ଦିଆଯିବ। ପ୍ରତ୍ୟେକ ତ୍ରୈମାସ ଆଧାରରେ ଏହି ଅର୍ଥ ସେମାନେଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଋଣ ଶୀଘ୍ର ପରିଶୋଧ ପାଇଁ କୌଣସି ଜୋରିମାନା ଲାଗୁ ହେବ ନାହିଁ। ଏହି ଯୋଜନା କ୍ୟାଶ ବ୍ୟାକ ପ୍ରୋତ୍ସାହନ ରୂପରେ ପ୍ରତ୍ୟେକ ମାସ ୧୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପ୍ରଦାନ କରି ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବ। ଏହାବ୍ୟତୀତ ଉଠାଦୋକାନୀମାନେ ନିର୍ଦ୍ଧାରିତ ସମୟରେ/ଶୀଘ୍ର ଋଣ ପରିଶୋଧ କରି ଋଣ ସୀମା ବଢ଼ାଇବାର ସୁବିଧା ପାଇପାରିବେ। ଏହାଦ୍ୱାରା ସେମାନେ ଆର୍ଥିକ ବିକାଶର ମାର୍ଗରେ ଆଗକୁ ବଢ଼ି ନିଜର ମହତ୍ୱାକାଂକ୍ଷାକୁ ପୂରଣ କରିପାରିବେ।
ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏହି ଯୋଜନାର ଦିଶାନିର୍ଦ୍ଦେଶକ ସମସ୍ତ ଅଂଶୀଦାର ବ୍ୟାଙ୍କ, ଏମଏଫଆଇ, ଏନବିଏଫସି, ଏସଆଇଡିବିଆଇ ଏବଂ ଉଠାଦୋକାନୀ ସଂଘ ସମେତ ରାଜ୍ୟ ଓ ଅନ୍ୟ ଅଂଶୀଦାରମାନଙ୍କୁ ପଠାଇ ଦେଇଛି। ଯାହାଫଳରେ ସେମାନଙ୍କୁ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ବିଷୟରେ ସଚେତନ କରାଯାଇପାରିବ। ପିଏମ ସ୍ୱନିଧି ଲାଗି ସମନ୍ୱିତ ଆଇଟି ପ୍ଲାଟଫର୍ମକୁ ଜୁନ ୨୦୨୦ର ଚତୁର୍ଥ ସପ୍ତାହ ସୁଦ୍ଧା ଶୁଭାରମ୍ଭ କରାଯିବାର ସମ୍ଭାବନା ରହିଛି। ଯୋଜନାର ପ୍ରଥମ ପର୍ଯ୍ୟାୟକୁ ସେପ୍ଟେମ୍ବର ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ପରାମର୍ଶକ୍ରମେ ୧୦୮ଟି ସହରର ଚୟନ କରାଯାଇଛି। ଜୁଲାଇ ୨୦୨୦ ଠାରୁ ଋଣ ଆବଣ୍ଟନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories