www.samajalive.in
Thursday, December 11, 2025
26.1 C
Bhubaneswar

ଅଗ୍ନିଶମ ଏବଂ ଓଡ୍ରାଫ ପାଇଁ ଖର୍ଚ୍ଚ ହେବ ୧୩୯ କୋଟି

ଭୁବନେଶ୍ବର: ରାଜ୍ୟରେ ବିପର୍ୟ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି କରାଯିବ। ଅଗ୍ନିଶମ ସେବା ସଂସ୍ଥାର ଦକ୍ଷତା ବୃଦ୍ଧି ନିମନ୍ତେ ହାଇଟେକ ସରଞ୍ଜାମ ବାବଦରେ ୩୯.୫୮କୋଟି, ଓଡ଼୍ରାଫ ୟୁନିଟଗୁଡ଼ିକର ଦକ୍ଷତା ବୃଦ୍ଧି ନିମନ୍ତେ ହାଇଟେକ ସରଞ୍ଜାମ ପାଇଁ ୬୫.୩୫କୋଟି ଏବଂ ୧୦ଟି ଓଡ଼୍ରାଫ ୟୁନିଟର ନିଜସ୍ବ କାର୍ୟ୍ୟାଳୟ ନିର୍ମାଣ ନିମନ୍ତେ ୩୪କୋଟି ଏପରି ମୋଟ ୧୩୯ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି। ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ୟ୍ୟନିର୍ବାହୀ ପରିଷଦ ବୈଠକରେ ମଞ୍ଜୁରି ମିଳିଛି।

ପରିବର୍ତ୍ତିତ ଭୂତାପମାତ୍ରା ଓ ପାଣିପାଗ ସ୍ଥିତିରେ ପ୍ରାକୃତିକ ବିପର୍ୟ୍ୟୟର ପରିଚାଳନା ନିମନ୍ତେ ପ୍ରସ୍ତୁତ ରହିବା ସହିତ କ୍ରମବର୍ଦ୍ଧିଷ୍ଣୁ ସହର, ମଣିଷ-ବନ୍ୟଜନ୍ତୁ ଦ୍ବନ୍ଦ୍ବ, ଅଜଣା ଭୂତାଣୁ ସଂକ୍ରମଣ, ରସାୟନିକ ବିପର୍ୟ୍ୟୟ ଆଦିର ମୁକାବିଲା ନିମନ୍ତେ ଦକ୍ଷତା ଅଭିବୃଦ୍ଧି ଏବଂ ହାଇଟେକ ସରଞ୍ଜାମ ସଂଗ୍ରହ ଉପରେ ଉନ୍ନୟନ କମିଶନର ଗୁରୁତ୍ବ ଦେଇଥିଲେ। ଅଗ୍ନିଶମ ସେବା ସଂସ୍ଥାକୁ ବହୁମୁଖୀ ବିପର୍ୟ୍ୟୟ ମୁକାବିଲାର ପ୍ରଥମ ସହାୟକ(ଫାଷ୍ଟ ରେସପଣ୍ଡର) ଭାବେ ପ୍ରସ୍ତୁତ କରିବା ନିମନ୍ତେ ସେ ନିର୍ଦେଶ ଦେଇଥିଲେ। ବହୁତଳ ବିଶିଷ୍ଟ କୋଠାବାଡ଼ି ଓ ଉଚ୍ଚସ୍ଥାନ ଆଦିରେ ଘଟୁଥିବା ବିପଦରେ ସହାୟତା, ଜଙ୍ଗଲ ନିଅାଁର ନିୟନ୍ତ୍ରଣ, କୋଠାବାଡ଼ିକୁ ଭୂତାଣୁମୁକ୍ତ କରିବା ଆଦି ନିମନ୍ତେ ଅଗ୍ନିସେବା ସଂସ୍ଥାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

- Advertisement -

ଓଡ଼ିଶାରେ ଥିବା ୨୦ଟି ଓଡ଼୍ରାଫ ୟୁନିଟ ମଧ୍ୟରୁ ୧୦ଟିର ନିଜସ୍ବ କାର୍ୟ୍ୟାଳୟ ନଥିବାରୁ ଏଥିପାଇଁ ପ୍ରାୟ ୩୪କୋଟି ଟଙ୍କା ବିନିଯୋଗରେ ନିଜସ୍ବ କାର୍ୟ୍ୟାଳୟ ପୁଲିସ ହାଉସିଂ ନିଗମ ମାଧ୍ୟମରେ ନିର୍ମାଣ ପାଇଁ ସ୍ଥିର ହୋଇଛି। ସମୁଦ୍ର ଓ ନଦୀକୂଳରେ ମୃତ୍ତିକା ଅବକ୍ଷୟର ପ୍ରତିକାର ନିମନ୍ତେ ୩ଟି ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଛି। ସମ୍ଭାବ୍ୟ ସାମୁଦ୍ରିକ ଉଚ୍ଚ ଜୁଆର ପ୍ରବାହର ପ୍ରତିକାର ପାଇଁ ଲୁଣାଘେରି ବନ୍ଧଗୁଡ଼ିକର ଉଚ୍ଚତା ୬ମିଟର ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନା କହିଥିଲେ ଯେ ଭୁବନେଶ୍ବରର ଗୋଠପାଟଣାଠାରେ ଥିବା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନ ପରିସରରେ ବିପର୍ୟ୍ୟୟ ପରିଚାଳନା ତାଲିମ କେନ୍ଦ୍ର କାର୍ୟ୍ୟ କରୁଥିବାବେଳେ ୩୫୮୬ ଜଣ ଓଡ଼୍ରାଫ, ଫାୟାର ସର୍ଭିସ, ସିଭିଲ ଡ଼ିଫେନ୍ସ, ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ ସହାୟକମାନଙ୍କୁ କେନ୍ଦ୍ର ମାଧ୍ୟମରେ ଉଚ୍ଚସ୍ତରୀୟ ତାଲିମ ଦିଆଯାଉଛି।

ତାଲିମ କାର୍ୟ୍ୟରେ ନୂତନ ଯନ୍ତ୍ରପାତି ଯୋଗାଣ ପାଇଁ ୩.୮୦କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ରାଜ୍ୟର ୨୫ଟି ଜିଲାରେ କାର୍ୟ୍ୟ କରୁଥିବା ୮୧୪ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀର ବର୍ତ୍ତମାନର ସ୍ଥିତି ବିଷୟରେ ଅଡ଼ିଟ କରାଯାଇଛି ବୋଲି ଅତିରିକ୍ତ ଏସ୍‌ଆରସି ପ୍ରଭାତ କୁମାର ମହାପାତ୍ର କହିଥିଲେ। ସେଗୁଡ଼ିକ ମଧ୍ୟରୁ ୨୩ଟି ଜିଲାର ୭୯୫ଟି ଆଶ୍ରୟସ୍ଥଳୀର ମରାମତି ପାଇଁ ସମ୍ପୃକ୍ତ ବ୍ଳକ ଓ ଗ୍ରାମ ଉନ୍ନୟନ ଡ଼ିଭିଜନଗୁଡ଼ିକୁ ୪୫କୋଟି ଟଙ୍କା ଯୋଗାଇ ଦିଆଯାଇଛି। ବୈଠକରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ଅଗ୍ନିଶମ ସେବା ଡିଜି ସତ୍ୟଜିତ ମହାନ୍ତି ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories