ବଲାଙ୍ଗୀର :ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉନ୍ଦେର ନଦୀ ସିନ୍ଧେକେଲା ବାଲି ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଘଟଣାରେ ୯ ଟି ଟ୍ରାକ୍ଟରକୁ ପଚାଶ ହଜାର ଟଙ୍କା ଜରିମାନା କରିଛି ରାଜସ୍ବ ବିଭାଗ । ରାଜସ୍ବ ବିଭାଗ ପକ୍ଷରୁ ନଦୀର ବାଲିଘାଟକୁ ଜଣଙ୍କୁ ଲିଜ୍ ଦେଇଥାଆନ୍ତି ନଦୀରୁ ବାଲି ନେଲାସମୟରେ ଲିଜଧାରୀଙ୍କୁ ଉପସ୍ଥିତିରେ ରୟାଲଟି ଫର୍ମ ଦେଲାପରେ ଗାଡି ସେହି ଜାଗାରୁ ବାଲି ନେଇକି ଆସିଥାଏ କିନ୍ତୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ବହୁତ ଦିନରୁ ବାଲି ମାଫିଆଙ୍କ ଦବଦବା ଅଛି ସେଥିପାଇଁ ସିନ୍ଧେକେଲା ଉନ୍ଦେର ନଦୀରୁ ବେଧଡକ ଚାଲିଛି ଖୁଲମ ଖୁଲା ବାଲି ଚୋରା ଚାଲାଣ , ଯାହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି କିନ୍ତୁ ଏହି ବାଲି ଚୋର ଚାଲାଣରେ ମାଲାମାଲ ହେଉଛନ୍ତି ବାଲି ମାଫିଆ , ରାଜସ୍ବ ବିଭାଗରୁ କୌଣସି ଲିଜ୍ ନଥାଇ ଆଜି ଉନ୍ଦେର ନଦୀ ସିନ୍ଧେକେଲା ପାଣି ଟାଙ୍କି ପାଖରୁ ୯ ଗୋଟି ଟ୍ରାକ୍ଟର ବେଆଇନ ଭାବେ ବାଲି ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସିନ୍ଧେକେଲା ଆର.ଆଇ ଏଲନ ବେହେରା ସିନ୍ଧେକେଲା ପୋଲିସ ସାହାଯ୍ୟରେ ସମସ୍ତ ବେଆଇନ ବାଲି ଚୋର ଚାଲାଣ ହେଉଥିବା ଟ୍ରାକ୍ଟରକୁ ସିନ୍ଧେକେଲା ଥାନାକୁ ଅଣାଯାଇଥିଲା ପରେ ପରେ ସମସ୍ତ ଟ୍ରାକ୍ଟରଙ୍କ ଠାରୁ ପଚାଶ ହଜାର ଟଙ୍କା ଜରିମାନା ଆଦାୟ କରି ସମସ୍ତ ଟ୍ରାକ୍ଟରକୁ ଛଡା ଯାଇଥିଲା, ଏ ସମ୍ପର୍କରେ ସିନ୍ଧେକେଲା ଆର.ଆଇ ଏଲନ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ନଦୀରୁ ବେଆଇନ ବାଲି ଚାଲାଣ ବେଳେ ରାଜସ୍ୱ ବିଭାଗର ଚଢାଉ, ୯ଟି ଟ୍ରାକ୍ଟରକୁ ୫୦ ହଜାର ଜରିମାନା
Popular Categories



