Patra electronics

ନାବାଳିକା ଗର୍ଭବତୀ ମାମଲାରେ ବିବାହିତ ଯୁବକଙ୍କୁ କୋର୍ଟ ଚାଲଣ

ମୁରିବାହାଲ : ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାରେ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ଜଣେ ବ୍ୟକ୍ତି ମୁରିବାହାଲ ଥାନାରେ ନିଜ ଝିଅର ନିଖୋଜ ମାମଲା ରୁଜୁ କରିଥିଲେ। ଏହି ଖବର ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଟେଙ୍ଗରା ଗ୍ରାମର ବଡ ବାଗଙ୍କ ପୁଅ ଧିରେନ୍ଦ୍ର ବାଗ (୩୦) ହାଇଦ୍ରାବାଦ ତେଲେଙ୍ଗାନାକୁ କାମ କରିବା ପାଇଁ ଯୁବତୀଙ୍କ ସହିତ ଯାଇ ସ୍ୱାମୀ ଓ ସ୍ତ୍ରୀ ଭାବରେ ରହୁଥିଲେ । ତେଲେଙ୍ଗାନାରୁ ଫେରିଲା ପରେ ଯୁବକ ଜଣକ ଝିଅଟିକୁ ଗାଁ ମୁଣ୍ଡରେ ଛାଡି ଯୁବକ ଫେରାର ହୋଇଯାଇଥିଲା । ଝିଅଟି ବାନ୍ଧୁପଲା କ୍ବାରେନଣ୍ଟାଇନରେ ରହିଥିଲା । ଯୁବକ ଜଣକ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି । ମୋ ନାବାଳିକା ଝିଅକୁ ଅପହରଣ କରିବା ସହିତ ଦୁଷ୍କର୍ମ କରାଯାଇଥିବା ଝିଅର ବାପା ଗତକାଲି ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପରେ ମୁରିବାହାଲ ଥାନା ପୁଲିସ ଧିରେନ୍ଦ୍ର ବାଗକୁ ଗିରଫ କରି ବଲାଙ୍ଗିର ପକ୍ସୋ କୋର୍ଟ ଚଲାଣ କରଛି।

Comments are closed.