www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକା ଓ ଫିଲିପାଇନ୍ସରୁ ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର :  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା ଓ ଫିଲିପାଇନ୍ସରେ ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଶୌର୍ୟ୍ୟା ବୈଭବୀ ନାଥ ଆମେରିକାରେ ଫସି ରହିଥିଲେ। ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି  ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ସେହିପରି ନୂଆପଡା ଜିଲ୍ଲାର ଅଭିଳାଶ ପଣ୍ଡା, ମାଲକାନଗିରିର ଚନ୍ଦ୍ର ଶେଖର ମହାରଣା ଓ ଚଣ୍ଡୀଗଡର ଜସପ୍ରିତ ସିଂହ ଫିଲିପାଇନ୍ସରେ ଫସି ରହିଥିଲେ। ଏମାନଙ୍କୁ ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପାଢୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।

- Advertisement -

ଅନୁରୋଧକ୍ରମେ ବୈଜୟନ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ପତ୍ର ଲେଖି ଅବଗତ କରାଇବା ସହ “ବନ୍ଦେ ଭାରତ” ଯୋଜନାରେ ଏହି ପ୍ରବାସୀ ଓଡିଆ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories