www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟରେ ଉତ୍କଳ: ସୋଆକୁ ୨୦ତମ ଓ କିଟ୍‌କୁ ୨୪ତମ ସ୍ଥାନ

ଭୁବନେଶ୍ବର : ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ, ଗବେଷଣା ଓ ବୃତ୍ତିଗତ ଅଭ୍ୟାସ, ସ୍ନାତକଙ୍କ ପାସ୍‌ହାର, ଅନୁଭୂତି ଏବଂ ଆଉଟ୍‌ରିଚ୍‌ ଆଣ୍ଡ ଇନ୍‌କ୍ଲ୍ୟୁସିଭ୍‌କୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏନ୍‌ଆଇଆର୍‌ଏଫ୍‌(ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ) ରାଙ୍କିଂ ଆଜି ପ୍ରକାଶ ପାଇଛି। ୟୁନିଭର୍ସିଟି କ୍ୟାଟାଗରିରେ ଏଥର ପ୍ରଥମଥର ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟକୁ ୯୬ତମ ଏନ୍‌ଆଇଆର୍‌ଏଫ୍‌ ରାଙ୍କ ପ୍ରଦାନ କରାଯାଇଛି। ଏହି କ୍ୟାଟାଗରିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ)କୁ ୨୦ତମ ରାଙ୍କ ମିଳିଥିବାବେଳେ କିଟ୍‌ ବିଶ୍ବବିଦ୍ୟାଳୟକୁ ୨୪ତମ ରାଙ୍କ ପ୍ରଦାନକରାଯାଇଛି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ରାଙ୍କ ମଧ୍ୟରେ ରହିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟକୁ ଏନ୍‌ଆଇଆର୍‌ଏଫ୍‌ ୧୫୧ରୁ ୨୦୦ ରାଙ୍କ ପ୍ରଦାନ କରାଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories