www.samajalive.in
Friday, December 5, 2025
27.1 C
Bhubaneswar

ରାହୁଲଙ୍କୁ ଜବାବ ଦେଲେ ଲଦାଖ ସାଂସଦ; କହିଲେ କଂଗ୍ରେସ ସମୟରେ ଭାରତୀୟ ଅଞ୍ଚଳକୁ କବ୍‌ଜା କରିଛି ଚୀନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ଏହା ମଧ୍ୟରେ ଲଦାଖର ବିଜେପି ସାଂସଦ ଜମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ରାହୁଲ ଟ୍ବିଟ୍‌ କରି ପଚାରିଥିଲେ ଯେ, କ’ଣ ଚୀନ ଲଦାଖରେ ଭାରତୀୟ ଅଞ୍ଚଳକୁ କବ୍‌ଜା କରିଛି କି ? ଜମୟାଙ୍ଗ ଟ୍ବିଟ୍‌ କରି ରାହୁଲଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ହଁ, ଚୀନ ଭାରତୀୟ ଅଞ୍ଚଳକୁ କବ୍‌ଜା କରିଛି, କିନ୍ତୁ କଂଗ୍ରେସ ସରକାର କାର୍ଯ୍ୟକାଳରେ ଏହା ହୋଇଛି। ଏହା ପରେ ଜମ୍‌ୟାଙ୍ଗ କହିଛନ୍ତି, ଆଶା କରୁଛି ରାହୁଲ ଏବଂ କଂଗ୍ରେସ ତଥ୍ୟ ଆଧାରିତ ମୋ ଜବାବରେ ସନ୍ତୁଷ୍ଟ ହେବେ। ସେମାନେ ପୁଣି ଥରେ ଅନ୍ୟମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରିବେ ନାହିଁ ବୋଲି ଆଶା କରୁଛି। ଏହା ସହିତ ଟ୍ବିଟ୍‌ରେ ଲଦାଖ ସାଂସଦ ୨ଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ତାଙ୍କର ଜବାବ ଥିବାବେଳେ ଅନ୍ୟଟିରେ ଦେମ୍‌ଚୋକ ଘାଟିର ଦୃଶ୍ୟ ରହିଛି, ଯାହାକୁ ଚୀନ କଂଗ୍ରେସ ସମୟରେ ଦଖଲ କରିଥିଲା।

୧୯୬୨ରେ କଂଗ୍ରେସ ଶାସନ ସମୟରେ ଅକ୍‌ସାଇ ଚୀନ(୩୭,୨୪୪ ବର୍ଗ କିମି)କୁ ଚୀନ କବ୍‌ଜା କରିଥିଲା।

- Advertisement -

ୟୁପିଏ ସରକାର ସମୟରେ ୨୦୦୮ ପର୍ଯ୍ୟନ୍ତ ଚୁମୁର ଅଞ୍ଚଳରେ ଥିବା ଟିୟା ପଙ୍ଗାକ ଏବଂ ଚୌବଜୀ ଘାଟି(୨୫୦ ମିଟର) କବ୍‌ଜା କଲା ଚୀନ।

୨୦୦୮ରେ ଚୀନର ପିଏଲଏ ଦ୍ବାରା ଦେମଚୋକ୍‌ରେ ଜୋରାବର ଦୁର୍ଗକୁ ଭାଙ୍ଗି ଦିଆଯାଇଥିଲା ଏବଂ ୨୦୧୨ରେ ୟୁପିଏ ଶାସନ କାଳରେ ପିଏଲଏ ଅବଜରଭିଙ୍ଗ ପଏଣ୍ଟ ନିର୍ମାଣ କରିଥିଲା। ୧୩ଟି ସିମେଣ୍ଟ ଘର ସହିତ ଚାଇନିଜ୍‌ କଲୋନୀ ବି ନିର୍ମାଣ କରିଥିଲା।

୨୦୦୮-୦୯ରେ ୟୁପିଏ ଶାସନ ସମୟରେ ଡୁଙ୍ଗତୀ ଏବଂ ଦେମଚୋକ୍‌ ମଧ୍ୟରେ ଥିବା ଡୁମ ଚେଲେ(ପ୍ରାଚୀନ ବ୍ୟାପାର ବିନ୍ଦୁ)କୁ ଭାରତ ହରାଇଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories