www.samajalive.in
Wednesday, December 10, 2025
26.1 C
Bhubaneswar

ଆଗକୁ ସ୍ଥିତି ସାଙ୍ଘାତିକ : ହୁ

ଜେନିଭା/ନୂଆଦିଲ୍ଲୀ : ଭାରତରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଛି, ତାହା ଜାରି ରହିଲେ ଅଳ୍ପ ଦିନ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଦେଶର ଭିନ୍ନଭିନ୍ନ ଅଞ୍ଚଳରେ କରୋନାର ପ୍ରଭାବ ଅଲଗା ଅଲଗା ରହିଛି। ତିନି ମାସ ଧରି ତାଲାବନ୍ଦ ସତ୍ତ୍ବେ କରୋନା ମାଡ଼ିଚାଲିଛି। ଏବେ ତାଲାବନ୍ଦ କୋହଳ କରାଯିବା ଦ୍ବାରା ବିପଦ ବଢ଼ିବାର ଆଶଙ୍କା ସ୍ପଷ୍ଟ

ଦେଖାଯାଉଛି। ଭାରତର କରୋନା ସ୍ଥିତି ଉପରକୁ ଉଠି ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯଦିଓ ସଂକ୍ରମଣର ଶୀର୍ଷ ଛୁଇଁନାହିଁ; ତଥାପି ଇଟାଲୀ, ସ୍ପେନ୍‌, ଜର୍ମାନୀ ଓ ବ୍ରିଟେନ୍‌ ତୁଳନାରେ ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଏଭଳି ମତ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବିଶେଷଜ୍ଞ ମାଇକେଲ ରିଆନ୍‌। ସଂପ୍ରତି ସଂକ୍ରମଣ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ବ୍ୟାପିବା ଆରମ୍ଭ କରିଥିବାରୁ ଆଗକୁ ଅଧିକ ବିପଦ ରହିଥିବା ସେ ଚେତାଇ ଦେଇଛନ୍ତି। କେବଳ ଭାରତ ନୁହେଁ; ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ସେ କହିଛନ୍ତି।
କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ଘୋଷିତ ଲକ୍‌ଡାଉନ୍‌ ଉଠାଇବାକୁ ସରକାର ଯୋଜନା କରୁଥିବାବେଳେ ଦେଶରେ ମହାମାରୀ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଗତକାଲିଠାରୁ ଭାରତର ସଂକ୍ରମଣ ଇଟାଲୀକୁ ଟପି ସର୍ବାଧିକ ସଂକ୍ରମଣ ଦେଶ ତାଲିକାର ଷଷ୍ଠ ସ୍ଥାନକୁ ଉଠିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର ରାତି ୧୧ଟା ସୁଦ୍ଧା ଦେଶରେ କରୋନା ସଂକ୍ରମଣ ୨,୪୫,୯୬୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧,୧୮,୩୧୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୬,୯୩୩ ଜଣଙ୍କ ମୃତ୍ୟୁ ଘଟିଛି। ଅବଶ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟ ଘୋଷଣା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪,୬୧୧ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨୯୪ ଜଣ ପ୍ରାଣ ହରାଇଛନ୍ତି।
ଅନ୍ୟପଟେ ଶନିବାର ପୂର୍ବାହ୍ଣ ସୁଦ୍ଧା ସମଗ୍ର ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୬୭ ଲକ୍ଷ ପାର୍‌ ହୋଇଛି। କୋଭିଡ-୧୯ ରୋଗୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ୩.୯୪ ଲକ୍ଷ ଟପିଛି। ୩୩ ଲକ୍ଷ ୩୨ ହଜାର ୫୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୩ ହଜାର ୫୭୬ ଜଣ ଗୁରୁତର ଅଛନ୍ତି। ଆମେରିକାରେ ୧୯ ଲକ୍ଷ ୬୫ ହଜାର ୭୦୮ ଜଣ ଲୋକ ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷ ୧୧ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୭ଲକ୍ଷ ୩୮ ହଜାର ୬୪୬ ଜଣ ସୁସ୍ଥ ହୋଇଛନ୍ତି, ୧୧ ଲକ୍ଷ ୧୫ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆମେରିକା ପରେ ବ୍ରାଜିଲ ଓ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆମେରିକାର ଜନ୍‌ ହାଫିକନ୍ସ ଦ୍ୱାରା ପ୍ରସ୍ତୁତ କରୋନା ଡାସ୍‌ବୋର୍ଡ ଅନୁସାରେ ଆମେରିକା ଏବଂ ବ୍ରାଜିଲ ଏବେ କରୋନାର ହଟସ୍ପଟ ହୋଇ ରହିଛି।
ସେହିପରି ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ ଚୀନ୍‌କୁ ଟପିଛି। କରୋନା ଭୂତାଣୁର ସୃଷ୍ଟିସ୍ଥଳ କୁହାଯାଉଥିବା ଚୀନ୍‌ରେ ୪,୬୩୮ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି; କିନ୍ତୁ ବହୁ ପଛରେ ସଂକ୍ରମଣ ବ୍ୟାପିଥିଲେ ମଧ୍ୟ ଭାରତରେ ୬,୬୫୦ ଜଣ ମୃତ୍ୟୁ ବରଣ କଲେଣି। ଆମେରିକା ଏବଂ ବ୍ରାଜିଲରେ ମୃତ୍ୟୁ ହାର ୫.୮% ରହିଛି। ଅବଶ୍ୟ ଭାରତରେ ଏହି ହାର ୨.୮% ଅଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories