ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି) ପକ୍ଷରୁ ସୋମବାରଠାରୁ ଓଡ଼ିଶାରେ ଯାତ୍ରୀ ସେବା ଆରମ୍ଭ କରାଯିବ। ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ରୁଟ୍ରେ ବସ୍ ଚାଲିବ। ୯୬ଟି ବସ୍ ସହ ସାଧାରଣ ଲୋକଙ୍କ ପାଇଁ ଯାତ୍ରୀ ସେବା ଆରମ୍ଭ ହେବ। ଏହି ୯୬ଟି ବସ୍ ୨୨ଟି ସହରକୁ ରାଜଧାନୀ ଭୁବନେଶ୍ବର ସହିତ ଯୋଡ଼ିବ। ପର୍ଯ୍ୟାୟକ୍ରମରେ ଅଧିକ ରୁଟ୍ରେ ବସ୍ ଚଳାଚଳ କରିବ। ବସ୍ରେ ବିନା ମାସ୍କରେ କୌଣସି ଯାତ୍ରୀ ଯାଇପାରିବେ ନାହିଁ। ସେହିପରି ବସ୍ରେ ଠିଆ ହୋଇ ଯିବାକୁ ବାରଣ କରାଯାଇଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମ୍ଡି) ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।
ସୋମବାରରୁ ଚାଲିବ ଓଏସ୍ଆର୍ଟିସିର ବସ୍ ; ୯୬ଟି ବସ୍ ୨୨ଟି ସହରକୁ ରାଜଧାନୀ ସହିତ ଯୋଡ଼ିବ
Popular Categories



