ପାଟଣା: ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ ଚୁଟିଆପଶି ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ହେବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ଚୁଟିଆପଶି ଗ୍ରାମର ପ୍ରଶାନ୍ତ କୁସୁମୁଳିଆ (୩୪) ବୋଲି ଜଣାପଡ଼ିଛି। ସେ ଘରେ ଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ପ୍ରାଣ ରକ୍ଷା ଉଦ୍ଦେଶ୍ୟରେ ତାଙ୍କୁ ପାଟଣା ମେଡିକାଲ୍ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ରିସିଭଡ୍ ଡେ଼ଥ୍ ଘୋଷଣା କରିଛନ୍ତି। ବଜ୍ରପାତରେ ପ୍ରଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ପାଟଣା ପୋଲିସକୁ ସୂଚନା ଦିଆଯାଇଛି। ଆସନ୍ତା କାଲି ମୃତକଙ୍କ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।
Popular Categories



