www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତରେ ଅନୁପ୍ରବେଶ ପାଇଁ ୧୫ ଲଞ୍ଚ ପ୍ୟାଡ଼ରେ ପ୍ରସ୍ତୁତ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଲଢ଼େଇରେ ବିଶ୍ବ ବ୍ୟସ୍ତ ।  ହେଲେ ଏହା ମଧ୍ୟରେ ପାକିସ୍ଥାନ ଅବ୍ୟାହତ ରଖିଛି ତାହାର ହରକତ୍ । ଭାରତୀୟ ସୀମାନ୍ତ ଆରପଟେ ପାକ୍ ଅଧିକୃତ କାଶ୍ମୀରର ସବୁ ଆତଙ୍କବାଦୀ ଲଞ୍ଚ ପ୍ୟାଡ଼୍ ଏବେ କୋଳାହଳମୟ । କେତେବେଳେ ସୁଯୋଗ ଆସିବ ଓ ସେମାନେ ଭାରତକୁ ପ୍ରବେଶ କରିବେ ଏହାକୁ ଅପେକ୍ଷା କରି ରହିଛନ୍ତି । ଭାରତୀୟ ସେନା ପାଖରେ ଏ ଖବର ନାହିଁ, ସେ କଥା ନୁହେଁ । ଭାରତୀୟ ସେନା ବି ଏଥିପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଓ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବାକୁ ସୁଯୋଗ ଉଣ୍ଡୁଛନ୍ତି ।

ଭାରତୀୟ ସେନାର ଶୀର୍ଷ ଅଧିକାରୀ ଲେଫ୍ଟନାଣ୍ଟ ଜୋନରାଲ ରାଜୁ ବଗ୍ଗାବଲ୍ଲୀ ପିଟିଆଇକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗି ଯାଇଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ସକ୍ରିୟ ଆତଙ୍କବାଦୀଙ୍କୁ ନିପାତ କରିବା ଦ୍ବାରା ଏହା ସମ୍ଭବ ହୋଇ ପାରିଛି । ଏହା ସତ୍ତ୍ବେ ସୀମା ଆରପଟେ ଅନୁପ୍ରବେଶ ପାଇଁ ଉଦ୍ୟମ ଲାଗି ରହିଥିବା ସୂଚନା ଆମ ନିକଟରେ ରହିଛି । ସେନା ଯେ କୌଣସି ପରିସ୍ଥିତିରେ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ରାଜୁ କହିଛନ୍ତି ।

- Advertisement -

ସେ ଏ କଥା ମଧ୍ୟ କହିଛନ୍ତି ଯେ ପିଓକେରେ ଆତଙ୍କବାଦୀ ଶିବିର ଓ ପ୍ରାୟ ୧୫ ଲଞ୍ଚ ପ୍ୟାଡ଼ରେ ଆତଙ୍କବାଦୀମାନେ ଆଡ଼୍ଡ଼ା ଜମାଇଛନ୍ତି । ଏମାନେ ପାକିସ୍ତାନ ସହାୟତାରେ ଭାରତରେ ପ୍ରବେଶ ନିମନ୍ତେ ସୁଯୋଗ ଖୋଜୁଛନ୍ତି । ସେଥିପାଇଁ ସେନାର ଅନୁପ୍ରବେଶ ପ୍ରତିରୋଧୀ ଗ୍ରୀଡ଼କୁ ମଜବୁତ କରାଯାଇଛି । ଯୁଦ୍ଧ ବିରାମ ଉଲ୍ଲଂଘନ ଉପରେ ଆମର ପ୍ରଭାବଶାଳୀ ପ୍ରତିକ୍ରିୟା ପାକିସ୍ତାନକୁ ବିବଶ କରି ଦେଇଛି ଓ ନିଜ ଏଜେଣ୍ଡାରେ ସେ କାର୍ଯ୍ୟ କରିବାରେ ଅସଫଳ ହୋଇଛି । ପାକିସ୍ତାନ ଗତ ୩୦ ବର୍ଷ ହେଲା ଆତଙ୍କବାଦୀ ଅନୁପ୍ରବେଶକୁ ନିୟମିତ ସହଯୋଗ କରି ଆସୁଛି । ଅନେକବାର ଯୁଦ୍ଧ ବିରତି ଉଲ୍ଲଂଘନ କରିଛି । ମାତ୍ର ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନର ପ୍ରତିକ୍ରିୟା ଅତ୍ୟନ୍ତ ତୀବ୍ର ଓ କଠୋର ଭାବରେ ପ୍ରଦାନ କରାଯାଉଥିବାରୁ ପାକିସ୍ଥାନ ବିବଶ ହୋଇ ପଡ଼ିଛି ।

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ପ୍ରଥମେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବ୍ରିଗେଡ଼୍ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତୀ ସମୟରେ ତାଙ୍କୁ ଉଗ୍ରବାଦୀ ବିରୋଧୀ ସମୂହ ‘ଭିକ୍ଟର ଫୋର୍ସ’ର ଦାୟିତ୍ବ ପ୍ରଦାନ କରାଯାଇଛି । ଏହି ଫୋର୍ସ ଦକ୍ଷିଣ କାଶ୍ମୀରରେ କାର୍ଯ୍ୟ କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories