www.samajalive.in
Wednesday, December 10, 2025
18.1 C
Bhubaneswar

ଦେବଗଡ ଜିଲାରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ଦେବଗଡ଼ : ଗତ ଏପ୍ରିଲ ୨୯ ତାରିଖରେ ଦେବଗଡ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଓ ମଇ ୧୪ ତାରିଖରେ ପ୍ରଭାଶୁଣି ଗ୍ରାମର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହେବାପରେ ଚିକିତ୍ସିତ ହୋଇ ହୋଇ ସୁସ୍ଥ ହୋଇଥିବାବେଳେ ଗତ ୨୫ ତାରିଖରେ ପୁଣି ଦେବଗଡ ଜିଲାର ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସାଧିନ ଅଛନ୍ତି। ଆଜି ପୁଣି ଜିଲାର ୪ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଳିବା ପରେ ଏହା ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଆଜି ଚିହ୍ନଟ ହୋଇଥିବା ୪ଜଣ ଯାକ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ଓ ସେମାନେ ୨ଟି ପୃଥକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ। ଉକ୍ତ ୪ ଜଣଙ୍କର ସ୍ୱାବ ନମୁନା ପଜିଟିଭ ହୋଇଥିବା ଜଣାପଡିବା ପରେ ଚିକିତ୍ସା ନିମନ୍ତେ ସେମାନଙ୍କୁ ଦେବଗଡ ସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ମନା କରିଛନ୍ତି। କୌଣସି ଗଣମାଧ୍ୟମକୁ କ୍ୟାମେରା ସମ୍ମୁଖରେ ମତାମତ ନଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିବାରୁ ସେ କୌଣସି ମତାମତ ଦେଇପାରିବେ ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ,ଗତ ଏପ୍ରିଲ ୨୯ ତାରିଖରୁ ଆଜି ମଧ୍ୟରେ ଦେବଗଡ ଜିଲାର ମୋଟ ୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣ ସମ୍ପୁର୍ଣ୍ଣର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଏବେ ୨୬ ଜଣ ଆକ୍ଟିଭ ରୋଗୀ ଚିକିତ୍ସାଧିନ ଥିବା ଜଣାପଡିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories