www.samajalive.in
Thursday, December 11, 2025
26.1 C
Bhubaneswar

ପୁଲିସ ଥାନାଧିକାରିଣୀଙ୍କ କଳା କାରନାମା !!!

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନାଧିକାରିଣୀ ତାରାବତୀ ପ୍ରଧାନଙ୍କ କଳା କାରନାମାକୁ ନେଇ ଏକ ବେନିୟମ ଲିଫଲେଟକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଖୋଦ ଏସପିଙ୍କ ସହିତ ଏହି ଅଧିକାରିଣୀଙ୍କୁ ନେଇ କିଛି କଥା ଲେଖାଯାଇଥିବା ବେଳେ ପୁଲିସ ବିଭାଗ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି। ଚିଠିଟି କିଏ ଓ କାହିଁକି ଲେଖିଛି ଖୋଦ ଏସପି କିଛି ବରିଷ୍ଠ ଅଧିକାରୀଙ୍କୁ ନେଇ ବିଚାର ବିର୍ମଶ କରିଛନ୍ତି। ତେବେ ଲିଫଲେଟରେ ଜିତେନ୍ଦ୍ର ବଘାର, ଗଡଲୋଇସିଂ, ଯୁଯୁମୁରା ନାମ ଥିବାରୁ ପୁଲିସ ତାଙ୍କୁ ପଚରାଉଚୁରା କରିଛନ୍ତି। କିନ୍ତୁ ଲିଫଲେଟରେ ନାମ ଉଲ୍ଲେଖ୍ୟ ଥିବା ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିଛନ୍ତି। ଏଣୁ ଏ ନେଇ ସମ୍ବଲପୁର ପୁଲିସ ତନଘନା ଚଳାଇଥିବାର ଜଣାପଡିଛି। ଲିଫଲେଟ ଅନୁଯାୟୀ ଥାନା ଅଧିକାରିଣୀଙ୍କ ସ୍ୱାମୀ ବମ ସ୍କ୍ୱାର୍ଡରେ ଥିବା ବେଳେ ବିଗତ ୧୭ ବର୍ଷ ହେବ ସମ୍ବଲପୁର ଜିଲାର ବିଭିନ୍ନ ଥାନାରେ ରହି ବିବାଦୀୟ ହୋଇଛନ୍ତି। କେତେବେଳେ ମଦ କାରବାର, ପଥର କ୍ୱାରି, ଗଞ୍ଜେଇ ଚାଲାଣ, କେନ୍ଦୁପତ୍ର ଚାଲାଣ, ଥାନା ମଧ୍ୟରୁ ପମ୍ପ ଚୋରି ଆଦି ବିଭିନ୍ନ ମାମଲାରେ ବିଭାଗୀୟ ତଦନ୍ତର ସମ୍ମୁଖୀନ ହେଉଛନ୍ତି। ତେବେ ବଡ ବଡିଆଙ୍କ ପାଖ ଲୋକ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଟଙ୍କା ମିଳୁଥିବା ଥାନାକୁ ପୋଷ୍ଟି କରାଯାଉଛି। ଲୋକ ଲୋଚନକୁ ଏଭଳି ଘଟଣା ଗୁଡିକ ଆସିଲେ ତାଙ୍କୁ ପୁଣି ହେଡ କ୍ୱାର୍ଟରକୁ ବଦଳି କରାଯାଉଛି। ପୁଣି ପରିସ୍ଥିତି ଶାନ୍ତ ପଡିଲେ ବଛା ବଛା ଥାନା ଗୁଡିକୁ ପୋଷ୍ଟିଂ କରାଯାଇ ଟଙ୍କା ଅସୁଲୀ କରାଯାଉଛି। ବିଗତ ଦିନରେ ଏହି ଥାନାଧିକାରିଣୀଙ୍କ ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ବର୍ତ୍ତମାନ ସେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି। ତେଣୁ ତାଙ୍କର ଔଧ୍ୟତ୍ୟପଣ ବ ଢ଼ୁଛି ବୋଲି ଏହି ଲିଫଲେଟରେ ଉଲ୍ଲେଖ୍ୟ କରାଯାଉଛି। ଏପରି ସେ ତାଙ୍କର ସ୍ୱାମୀ ପ୍ରଶାନ୍ତ ଭୋଇଙ୍କ ଖାତିର ନ କରିବା ବିଷୟ ଉଲ୍ଲେଖ୍ୟ ଥିବା ବେଳେ ସେ ରହୁଥିବା ସରକାରୀ କ୍ୱାଟରକୁ ୩ ଲକ୍ଷ ଟଙ୍କାରେ ମରାମତି କରୁଛନ୍ତି। ଏହା ସହିତ ତାଙ୍କର ସମ୍ବଲପୁରରେ ବିଭିନ୍ନ କୋଠା ଓ ଜମି ରହିଥିବାର ଜଣାପଡିଛି ବୋଲି ଲିଫଲେଟରେ ଦର୍ଶାଯାଇଛି। ବାରମ୍ବାର ଏହି ଅଧିକାରିଣୀଙ୍କ ନାମରେ ଅଭିଯୋଗ ହେଉଥିବା ବେଳେ ଏସପି କାହିଁକି ଚୁପ ରହୁଛନ୍ତି, ତାହା ମଧ୍ୟ ଲିଫଲେଟ ଜରିଆରେ ପ୍ରଶ୍ୱ କରାଯାଇଛି। ଯଦି ଉଲ୍ଲେଖ୍ୟ ହୋଇଥିବା କଳା କାରନାମା ସତ୍ୟ ହୁଏ, ତେବେ ଏହାକୁ ସାଂଘାତିକ ବୋଲି ଧରି ନିଆଯିବ ଓ ମୁଖିଆ ତାଙ୍କ ସଚ୍ଚୋଟପଣକୁ ପ୍ରତିପାଦିତ କରିବାକୁ ଏହି ଅଧିକାରିଣୀଙ୍କ ବିରୋଧରେ ସାଧାରଣରେ ଦାବୀ ହେଉଛି। ଅନ୍ୟ ପଟରେ ଅର୍ଥ କାରବାର ଲେଣଦେଣ ସଂପୃକ୍ତି ଥିବାରୁ ସମ୍ବଲପୁର ଜିଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରୁ ଦାବି ହେଉଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories