www.samajalive.in
Thursday, December 11, 2025
26.1 C
Bhubaneswar

ନିରାଡ଼ମ୍ବରରେ ଶ୍ରୀଲିଙ୍ଗରାଜଙ୍କ ବିବାହ ; ଶୁଭିଲାନି ହୁଳହୁଳି, ବାଜିଲାନି ବାଜା

ଭୁବନେଶ୍ୱର : କଟକଣା ଭିତରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ନିରାଡ଼ମ୍ବରରେ ସମ୍ପନ୍ନ ହୋଇଛି। ଦିଅଁଙ୍କ ବାହାଘରରେ ଶୁଭିନି ବାଜାବାଣର ଶବ୍ଦ। ଡକାଯାଇନି ବରଯାତ୍ରୀ। ମନ୍ଦିରକୁ ସଜାଯାଇନି ଆକର୍ଷଣୀୟ ଆଲୋକ ଓ ଫୁଲରେ। ବିବାହ ଉତ୍ସବରେ ଭକ୍ତଙ୍କ ହରିବୋଲ ହୁଳହୁଳି ଶବ୍ଦ ଶୁଭିନି। କେବଳ ଆଡ଼ କାଠ ନିକଟରେ କଳସ ବସାଇ ଦିଅଁଙ୍କ ବାହାଘର ହୋଇଛି। ପୂର୍ବବର୍ଷର ନୀତିନିର୍ଘଣ୍ଟ ଅନୁସାରେ ମନ୍ଦିରର ପାଳିଆ ସେବାୟତ ଦିଅଁଙ୍କ ବିବାହ ଉତ୍ସବ ପାଳନ କରିଛନ୍ତି। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମନ୍ଦିର ପ୍ରଶାସନ ଶ୍ରୀଲିଙ୍ଗରାଜ ବିବାହ ନୀତି ସମ୍ପନ୍ନ କରିଛନ୍ତି। ଏପରିକି ମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇନି। ମନ୍ଦିର ବାହାରେ ପୁଲିସ, ମନ୍ଦିର ପ୍ରଶାସନ ଏବଂ ବିଏମ୍‌ସି ସ୍ବତନ୍ତ୍ର ଟିମ୍‌ ପକ୍ଷରୁ କଡ଼ା ପହରା ଦିଆଯାଇଛି। ରାତି ୧୦ଟାରେ ଦିଅଁଙ୍କ ବିବାହ କାର୍ଯ୍ୟରେ ସାମିଲ ପାଳିଆ ସେବାୟତଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କ ଥଣ୍ଡା, କଫ, କାଶର ଲକ୍ଷଣ ପରୀକ୍ଷା ପରେ ମାସ୍କ ବ୍ୟବହାର କରି ବିବାହ ଉତ୍ସବରେ ସାମିଲ କରାଯାଇଥିଲା।

ସନ୍ଧ୍ୟା ସାଢ଼େ ୬ରୁ ରାତି ୮ଟା ମଧ୍ୟରେ ସନ୍ଧ୍ୟା ଧୂପ ଶେଷ ହୋଇ ଦିଅଁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇ ରାତି ୮ଟାରୁ ୯ଟା ମଧ୍ୟରେ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିବା ପରେ ଦିଅଁଙ୍କ ବରାନୁଗମନ ନୀତି ଆରମ୍ଭ ହୋଇଥିଲା। ଦିଅଁଙ୍କ ବିବାହରେ ସାମିଲ ହୋଇଥିବା ଆପଟିଆ ସେବାୟତ, ଚର୍ଚ୍ଚିତ, ମନ୍ଦିର ସୁପରଭାଇଜର, ଛତାତ୍ରାସ, ଘଣ୍ଟୁଆ, କାହାଳିଆ, ମଶାଲ, ପାଳିଆ ସେବାୟତ, ଚପରାଶି ପ୍ରମୁଖ ଦିଅଁଙ୍କ ବିବାହରେ ଅବଢ଼ା ଖାଇ ରାତି ୧୧ଟାରେ ଦିଅଁଙ୍କୁ ସୁସଜ୍ଜିତ ପାଲିଙ୍କି ବିମାନରେ ବିଜେ କରାଇ କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ। ବର ବେଶରେ ସୁସଜ୍ଜିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ପ୍ରଭୁ ବାସୁଦେବ ଓ ଦେବୀ ପାର୍ବତୀ ଯାଇଥିଲେ। ରାତି ପ୍ରାୟ ୧୧ଟା ୪୫ମିନିଟ୍‌ରେ ଦିଅଁ କେଦାର ଗୌରୀ ମନ୍ଦିରରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ଦିଅଁଙ୍କୁ ବାଟବରଣ କରି ବାହାବେଦୀକୁ ପାଛୋଟି ନେଇଥିଲେ। ୭ଜଣ ସେବାୟତଙ୍କୁ ନେଇ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭୋର୍‌ ସମୟରେ ଦିଅଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଶ୍ରୀଲିଙ୍ଗରାଜ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, ବିଏମ୍‌ସି ଏନଫୋର୍ସ ମେଣ୍ଟ କମିସନର ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଓ ବିଏମ୍‌ସି ହସ୍‌ପିଟାଲ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories