www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରବାସୀଙ୍କ ଲାଗି ସରକାରଙ୍କ ରଣନୀତି : ‘କୁଶଳୀ ପାଇବେ ନିଯୁକ୍ତି, ସମୃଦ୍ଧ ହେବ ଓଡ଼ିଶା’

ଭୁବନେଶ୍ବର: ଲକ୍ ଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ଏବେ ଜୀବନ ଜୀବିକାର ମୋହ ଛାଡି ଘରମୁହାଁ ହୋଇଛନ୍ତି। ଓଡ଼ିଶା ଫେରନ୍ତା ପ୍ରବାସୀଙ୍କୁ ସ୍ବାବଲମ୍ବୀ କରିବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପୂର୍ବରୁ ରାଜ୍ୟ ବାହାରେ କେତେ ଶ୍ରମିକ ଏବଂ କେଉଁ ବର୍ଗର ଶ୍ରମିକ ରହିଥିଲେ ତାହାର ସ୍ବତନ୍ତ୍ର ଡାଟାବେସ ନଥିଲା; ମାତ୍ର ଏବେ ପ୍ରବାସୀଙ୍କ ପଞ୍ଜୀକରଣ ପରେ ଏକ ନୂଆ ଚିତ୍ର ଓ ସୁଯୋଗ ସାମ୍ନାକୁ ଆସିଛି। ପ୍ରବାସୀଙ୍କ ମଧ୍ୟରେ ଯେଉଁମାନେ କୁଶଳୀ ଓ ଅର୍ଦ୍ଧକୁଶଳୀ ରହିଛନ୍ତି ସେମାନଙ୍କୁ ଦକ୍ଷତା ଅନୁଯାୟୀ କର୍ମସଂସ୍ଥାନ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଖୁବଶୀଘ୍ର ଏକ ସ୍ବତନ୍ତ୍ର ପୋର୍ଟାଲ ଉନ୍ମୋଚନ କରାଯିବ ବୋଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରବାସୀଙ୍କ ଦକ୍ଷତାକୁ ସରକାରଙ୍କ ପକ୍ଷରୁ ଟ୍ରାକିଂ କରାଯାଉଛି। ତଥ୍ୟ ଜିଲାସ୍ତରରୁ ଜିଲାପାଳମାନେ ଦକ୍ଷତା ବିକାଶ ବିଭାଗକୁ ପ୍ରଦାନ କରୁଛନ୍ତି। ଏହାକୁ ନେଇ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ସେମାନେ ବାହାର ରାଜ୍ୟକୁ ଯିବାକୁ ପଡିବନାହିଁ। ଓଡ଼ିଶାକୁ ଇତିମଧ୍ୟରେ ୩ ଲକ୍ଷ ପ୍ରବାସୀ ଫେରିଲେଣି। ବର୍ଗୀକରଣ ପରେ ଓଡ଼ିଶାରେ ଯେଉଁ ସବୁ ଶିଳ୍ପ କାରଖାନା ରହିଛି ସେଠାରେ ସୁଯୋଗ ସୃଷ୍ଟି କରାଯିବ। ଏହାବାଦ୍ ନୂତନ କମ୍ପାନୀ ଗୁଡିକରେ ନିଯୁକ୍ତି ବେଳେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଗ୍ରାମାଞ୍ଚଳସ୍ତରରେ ନୂତନ ମଣ୍ଡି ବ୍ୟବସ୍ଥା କରିବା ସହିତ କୃଷି ଓ ଆନୁଷଙ୍ଗିକ ଶିଳ୍ପ ଭିତ୍ତିଭୂମିକୁ ତ୍ବରାନ୍ବିତ ପାଇଁ ବ୍ୟବସ୍ଥା ହେଉଛି। ରାଜ୍ୟ ଶ୍ରମ ଆୟୁକ୍ତ ଏନ୍ ଥିରୁମାଲା ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଥିବା ପ୍ରାୟ ୧ ଲକ୍ଷ ଅତିଥି ଶ୍ରମିକଙ୍କ ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୪୦ ହଜାର ଶ୍ରମିକ ନିଜ ରାଜ୍ୟକୁ ଫେରି ସାରିଲେଣି। ପଶ୍ଚିମବଙ୍ଗକୁ ସର୍ବାଧିକ ୧୧୩୮୦ ଶ୍ରମିକ, ଝାଡଖଣ୍ଡକୁ ୮୫୬୦, ଛତିଶଗଡକୁ ୫୮୫୦, ବିହାରକୁ ୫୫୦୦, ଉତ୍ତରପ୍ରଦେଶକୁ ୨୫୦୦, ମଧ୍ୟପ୍ରଦେଶକୁ ୧୪୦୦, ରାଜସ୍ଥାନକୁ ୧୦୫୦, ଆନ୍ଧ୍ରପ୍ରଦେଶକୁ ୧୦୨୦, ମହାରାଷ୍ଟ୍ରକୁ ୭୧୦ ଏବଂ ତେଲଙ୍ଗାନାକୁ ୬୦୦ ଶ୍ରମିକ ଯାଇଛନ୍ତି। ଅନ୍ୟ ବ୍ୟବସ୍ଥାରେ ମଧ୍ୟ କିଛି ଅତିଥି ଶ୍ରମିକ ଯାଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories