www.samajalive.in
Monday, December 8, 2025
17.1 C
Bhubaneswar

୩ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟରୁ ଲିକ୍

ନୂଆଦିଲ୍ଲୀଁ କରୋନା ଲକ୍ ଡ଼ାଉନ ସମୟରେ ଇଣ୍ଟରନେଟ୍ ବ୍ୟବହାର ବଢ଼ିଛି । ୱାର୍କ ଫ୍ରମ୍ ହୋମ୍ ସଂସ୍କୃତି ବି ବୃଦ୍ଧି ପାଇଛି । ଘରେ କାମ କରୁଥିବା ଲୋକମାନେ କାମ ବ୍ୟତୀତ ବିଭିନ୍ନ ସାଇଟରୁ ନିଯୁକ୍ତି ସୂଚନା ଖୋଜିବା​‌ରେ ବି ସମୟ ବିତାଉଛନ୍ତି । ନିଜ ପ୍ରୋଫାଇଲ୍ ଅପଲୋଡ଼ କରୁଛନ୍ତି । ଏହା ହିଁ ହ୍ୟାକରମାନଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ । ଏକ ଅନ୍ ଲାଇନ୍ ଇଣ୍ଟେଲିଜେନ୍ସ ଫାର୍ମ (ସାଇବର ଗୁଇନ୍ଦା ସଂସ୍ଥା) ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ଅନଲାଇନରେ ପ୍ରାୟ ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟକୁ ମାଗଣାରେ ଡାର୍କ ୱେବରେ ଲିକ କରାଯାଇଛି | ଏହାକୁ ସହଜରେ ଡାଉନ ଲୋଡ କରାଯାଇ ପାରିବ ବୋଲି ମଧ୍ୟ କୁହାଯାଇଛି |

ସାଇବ୍ଲ (cyble) ନାମକ ଏକ ଅନ୍ ଲାଇନ ଇଣ୍ଟେଲିଜେନ୍ସ ଫାର୍ମ ପକ୍ଷରୁ କୁହାଯାଇଛି ଯେ  ଅନଲାଇନରେ ନିଯୁକ୍ତି ଖୋଜୁଥିବା ପ୍ରାୟ ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ମାଗଣାରେ ଡିପୱେବରେ ଲିକ ହୋଇଛି | ଯେଉଁଥିରେ ଏହି ଲୋକଙ୍କ ବ୍ୟକ୍ତିଗତ ତଥ୍ୟଇମେଲ୍, ଫୋନ୍ ନମ୍ବର, ଘରର ଠିକଣା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ବାବଦରେ ଉଲ୍ଲେଖ ରହିଛି |ଲିକ ହୋଇଥିବା ଡାଟା ବାବଦରେ ଆହୁରି ଅଧିକ କିଛି ଜାଣିବାକୁ ମିଳିପାରେ | ଭାରତର କେତେକ ପ୍ରମୁଖ ଜବ୍ ୱେବସାଇଟର ନାଁ ଏଥିରେ ଥିବା ଜଣାପଡିଛି ବୋଲି ସାଇବ୍ଲ ଉଲ୍ଲେଖ କରିଛି । 

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories