www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ଵଶୁର ଘର ଗ୍ରାମରେ ଜ୍ବାଇଁର ସନ୍ଦେହ ଜନକ ମୃତ୍ୟୁ ; ହତ୍ୟା ଅଭିଯୋଗ ଆଣିଲେ ଦ୍ୱିତୀୟ ପତ୍ନୀ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ଚରେ ମାଝି ନାମକ ଜଣେ ଯୁବକଙ୍କୁ ଶଶୁର ଘର କଙ୍ଗଡାହାଡ ଥାନା ଖରଖରି ଗ୍ରାମରେ ହତ୍ୟା କରାଯାଇଥିବା ଘଟଗାଁ ଥାନାରେ ଅଭିଯୋଗ ହୋଇଛି । ମୃତ ଚରେ ମାଝୀଙ୍କ ଦ୍ୱିତୀୟ ପତ୍ନୀ ସିତାମଣୀ ମାଝୀ ଏହି ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ମୁଦ୍ରାବେଡା ଗ୍ରାମର ଚରେ ମାଝି ନାମକ ଜଣେ ଯୁବକ ନିଜ ବଡ଼ ଭାଇ ବାହା ହୋଇଥିବା ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରୁ ୧୨ବର୍ଷ ପୂର୍ବରୁ ବିବାହ କରିଥିବା ବେଳେ ସେଠାରୁ ବିଭା ହୋଇଥିବା ସ୍ତ୍ରୀର ମୃତ୍ୟୁ ପରେ ସେ ଅନ୍ୟତ୍ର ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ଦ୍ବିତୀୟ ବିବାହା କରିଥିଲେ । ଏପରିକି ଚରେ ମାଝୀଙ୍କ ଭାଇ କାନ୍ଦରା ମାଝୀଙ୍କ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ବିଧବା ପତ୍ନୀ ମଧ୍ୟ ଖରଖରି ଗ୍ରାମରେ ନିଜର ଚାରି ପିଲାଙ୍କ ସହ ରହୁଛନ୍ତି। ବିଧବା ଭାଉଜଙ୍କ ଠାରୁ ଡାକରା ପାଇ ଗତକାଲି ବାଇକ ଯୋଗେ ଖରଖରି ଗ୍ରାମର ଭାଉଜଙ୍କ ଘରକୁଚରେ ମାଝି ଓ ତାର ସାଥି ବାଘଘର ଗ୍ରାମର ରୁପସିଂ ମୁଣ୍ଡା(୧୮) ଖରଖରି ଗ୍ରାମକୁ ଯାଇଥିଲେ। ସେଠାରେ ଉଭୟ ପହଞ୍ଚିବା ପରେ ପ୍ରଥମେ ନିଜ ସାଙ୍ଗରେ ଯାଇଥିବା ରୂପସିଂ ମୁଣ୍ଡାଙ୍କୁ ବ୍ରଏଲର କୁକୁଡ଼ା ଆଣିବା ପାଇଁ ଦୋକାନକୁ ପଠାଇ ଦେଇଥିଲେ । ତେବେ ବ୍ରଏଲର୍ ନେଇ ରୂପସିଂ ମୁଣ୍ଡା ଫେରିବା ପରେ ଚରେ ମାଝୀର ଭାଉଜଙ୍କ ଘରେ ତଳେ ପଡ଼ି ମୃତ୍ୟୁ ହୋଇଯାଇଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ମୁଦ୍ରାବେଡା ଗ୍ରାମକୁ ଫୋନ୍ ଯୋଗେ ଜଣାଇଥିଲେ। ଗତରାତି ଏକ ମାରୁତି ଓମନି ଯୋଗେ ଚରେ ମାଝୀ ଶବ ମୁଦ୍ରାବେଡ଼ା ଗ୍ରାମରେ ପହଞ୍ଚି ଥିଲା । ଏନେଇ ଚରେ ମାଝୀର ଦିତୀୟ ସ୍ତ୍ରୀ ସୀତାମଣୀ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣାର ତଦନ୍ତ କରିବା ସହ ଶବକୁ ଜବତ କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ମୃତ୍ୟ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା କହିଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories