www.samajalive.in
Wednesday, December 10, 2025
18.1 C
Bhubaneswar

ଗାଁରେ ପଶିଲା କରୋନା: ସୁନ୍ଦରଗଡ଼ର ବଡ଼ଗାଁ ଓ ଟାଙ୍ଗରପାଲିରୁ ୫ ଚିହ୍ନଟ; ଦିନକରେ ୯୨

ସୁନ୍ଦରଗଡ଼: ଏବେ ସହର ଛାଡ଼ି ଗାଁ ମୁହାଁ କରୋନା । ସୁନ୍ଦରଗଡ଼ ଜିଲାର ପଛୁଆ ଅଞ୍ଚଳ କୁହାଯାଉଥିବା ବଡ଼ଗାଁ ଓ ଟାଙ୍ଗରପାଲିରେ ଆଜି ୫ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି । ସୁନ୍ଦରଗଡ଼ ଜିଲାପାଳ ଏ ସମ୍ପର୍କରେ ସୂଚନା ଦେଇଛନ୍ତି  । ସମସ୍ତ ସଂକ୍ରମିତ ମହାରାଷ୍ଟ୍ରରୁ ଫେରିଛନ୍ତି । ବଡ଼ଗାଁ ବ୍ଲକ ରେ ୨ ଜଣ ଏବଂ ଟାଙ୍ଗର ପାଲି ବ୍ଲକରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି ଝାରସୁଗୁଡାରେ ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଝାରସୁଗୁଡ଼ା ଜିଲାପାଳ ସୂଚନା ଦେଇଥିଲେ । ଶୁକ୍ରବାର ରାଜ୍ୟରେ ୫ ବର୍ଷର ଶିଶୁକୁ ମିଶାଇ ଏବେସୁଦ୍ଧା ୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୫ ଛୁଇଁଲା ।

ଶୁକ୍ରବାର ଚିହ୍ନଟ ହୋଇଥିବା ୯୨ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୬ ଜଣ ରହିଛନ୍ତି । ଅନୁରୂପ ଭାବରେ  କଟକ ଜିଲ୍ଲାରୁ ୧୧, ନୟାଗଡ ଜିଲ୍ଲାରୁ ୬ , ଗଞ୍ଜାମ ଜିଲ୍ଲାରୁ ୫, ବାଲେଶ୍ବର ଜିଲ୍ଲାରୁ ୩ , ଭଦ୍ରକ ଜିଲ୍ଲାରୁ ୩ , କେନ୍ଦୁଝର ଜିଲ୍ଲାରୁ ୩ , ଖୋର୍ଦ୍ଧା ଜିଲ୍ଲାରୁ ୩ , ପୁରୀ ଜିଲ୍ଲାରୁ ୩ , ବଲାଙ୍ଗୀର ଜିଲ୍ଲାରୁ ୨ , ଝାରସୁଗୁଡାରୁ ଜଣେ  ଏବଂ ସୁନ୍ଦରଗଡ ଜିଲ୍ଲାରୁ ୬ ରହିଛନ୍ତି । ଝାରସୁଗୁଡ଼ା ଜିଲାରୁ ଚିହ୍ନଟ ହୋଇଥିବା ଶିଶୁ ନିଜ ପରିବାର ସହ ଉତ୍ତରପ୍ରଦେଶରୁ

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories