www.samajalive.in
Saturday, December 6, 2025
26.1 C
Bhubaneswar

ଧଳା ହୀରାର କଳାବଜାର ; ଭୂଇଁରେ ଲୋଟୁଛି ଚାଷୀର ଭାଗ୍ୟ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଧଳା ହୀରା କୁହାଯାଉଥିବା କପା ଚାଷକୁ ଚାଷୀମାନେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ କପା ମଞ୍ଜିକୁ ନେଇ କଳା ବେପାର ଆରମ୍ଭ ହୋଇଛି। ଯାହା ଫଳରେ ଚାଷୀ ନାହିଁ ନଥିବା ଅସୁବିଧାରେ ପଡୁଛି। ବିଶ୍ୱାସ କରି କପା ମଞ୍ଜି କିଣି ଆଣି କପା ଚାଷ କଲା ବେଳକୁ ଠକାମୀରେ ପଡୁଛି। ବିଭିନ୍ନ ସମସ୍ୟା ଦେଇ ଚାଷୀ ଗତି କରୁଥିଲେ ହେଁ କପା ଚାଷୀଙ୍କ ଭାଗ୍ୟ ଭଗବାନଙ୍କ ଭରସାରେ।

ଜିଲାର ବେଲପଡା ବ୍ଲକ ଅନ୍ତର୍ଗତ ଜଲିଆ ଗାଁ। ଏହି ଗାଁର ଅଧିକାଂଶ ଚାଷୀ ଧାନ ଚାଷ ଅପେକ୍ଷା କପା ଚାଷକୁ ଗୁରୁତ୍ୱ ଦିଅନ୍ତି। ଏହା ଚାଷ ଆଜିର ନୁହେଁ, ପୁରୁଷ ପରୁଷ ଧରି ଚାଲି ଆସୁଛି। କିନ୍ତୁ ସରକାରୀ ସୁବିଧା ସୁଯୋଗ ଆଜି ଯାଏଁ ଅପହଞ୍ଚ। ଯେଉଁ ଅଞ୍ଚଳରେ ଯେଉଁ ଚାଷ ଅଧିକ ପରିମାଣରେ ହେଉଥିବ, ସେହି ଚାଷ ଉପରେ ସରକାର ଗୁରୁତ୍ୱ ଦେବା କଥା। ଏପରିକି ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ବିହନ ଯୋଗେଇ ଦେବା ଠାରୁ ଆରମ୍ଭ କରି ମଣ୍ଡି ଖୋଲି ଚାଷୀର ଉପାର୍ଜିତ ଫସଲ ମଣ୍ଡି ମାଧ୍ୟମରେ କିଣିବା କଥା। କିନ୍ତୁ ଏହି ଅଞ୍ଚଳୁ ସରକରୀ ସ୍ତରରେ ଆଦୌ ଧ୍ୟାନ ଦିଆଯାଉ ନଥିବା ଗାଁର କୁମର ସାହୁ, ଲଲିତ ମୋହନ ବୁଡେକ, ଝସକେତନ ବୁଡେକ, ଟିକେଚନ ମଲ୍ଲିକ,ନେଘି ନାଏକ, ଘୁମୁରୁ ମଲ୍ଲିକ ଅଭିଯୋଗ କରନ୍ତି। ଗାଁର ଯୁବ ଚାଷୀ ଅଚ୍ୟୁତ ସିପୁନ ଖମାରୀଙ୍କ କହିବା ଅନୁସାରେ, ସରକାର କପା ଚାଷୀମାନଙ୍କ ପାଇଁ ଇନ୍‍ ପୁଟ ସବସିଡି, କୃଷି ଋଣ ବ୍ୟବସ୍ଥା ଆଜି ଯାଏଁ କରିନାହାନ୍ତି। ଏହି ଗାଁର କପା ଚାଷୀଙ୍କ କହିବା ଅନୁସାରେ, ପ୍ରତିବର୍ଷ ୨ ରୁ ୩ ହଜାର କ୍ୱିଣ୍ଟାଲ କପା ଚାଷ ହୁଏ। ଯଦି ସରକାର ଆର୍ଥିକ ସୁଯୋଗ ସୃଷ୍ଟି କଲେ ଏହା ଦ୍ୱିଗୁଣିତ ହୋଇପାରନ୍ତା। ପାଟଣାଗଡ, ବେଲପଡା, ଖପ୍ରାଖୋଲ, ଟିଟିଲାଗଡ, ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ଅଞ୍ଚଳରେ ଶହ ଶହ ହେକ୍ଟର କପା ଚାଷ ହୁଏ। କିନ୍ତୁ ବର୍ତ୍ତମାନ ସୁବୁଠୁ ବଡ ସମସ୍ୟା ହେଉଛି ଉତ୍ତମ ମାନର କପା ବିହନ।

- Advertisement -

କପା ବିହନକୁ ନେଇ ଚାଷୀମାନଙ୍କ ଅଭିଯୋଗ ହେଲା, ଓଡିଶାର ଏଚ୍‍ଟିବିଟି କପାମଞ୍ଜିକୁ ଓଡିଶା ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସେହି କପା ବିହନ ଏହି ଅଞ୍ଚଳର କପା ଚାଷୀଙ୍କୁ ଯୋଗାଣ କରାଯାଉଛି। ଏହି ମଞ୍ଜି ଯେଉଁ ଚାଷୀମାନେ ବ୍ୟବହାର କରିଛନ୍ତି। ସେମାନଙ୍କ କପା ଠିକରେ ଗଜା ହେଉ ନାହିଁ। ଯଦି ଗଛ ବଢିଲେ ମଧ୍ୟ ଫୁଲଫଳ, ରୁଆ ଅମଳ ପରିମାଣ କମୁଛି। ତେବେ ଏହା ଗୁଜୁରାଟର ଅହମଦାବାଦରୁ ଓଡିଶାକୁ ବହୁ ପୁରୁଣା ଓ ଅତି ନିମ୍ନ ମାନର ମଞ୍ଜି ଆସୁଛି। ଗଲା ମେ ୧୭ ତାରିଖରେ ଗୁଜୁରାଟର ସୁକୁନ ସିଡସ୍‍ କମ୍ପାନୀ ବେଲପଡା ବ୍ଲକ ଧୁମାଭଟା ଗାଁର କପା ବିହନ ବ୍ୟବସାୟୀ ରମେଶ ଜୈନଙ୍କ ନିକଟକୁ ୫୦ ହଜାର କପାମଞ୍ଜି ପ୍ୟାକେଟ ଆସିଥିଲା। ବଲାଙ୍ଗିରର ଜିଲା ମୁଖ୍ୟ କୃଷି ଅଧିକାରୀ ଏହି ବେଆଇନ ଘୋଷିତ କପା ମଞ୍ଜିକୁ ଜବତ କରିଛନ୍ତି। ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇଥିବା କପା ମଞ୍ଜିର ମୂଲ୍ୟ ପ୍ରାୟ ୩୬ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୃଷି ବିଭାଗ ଆକାଳନ କରିଛି। ଏ ନେଇ କପା ଚାଷୀମାନେ ବେଆଇନ ଭାବରେ ନିଷିଦ୍ଧ କପା ମଞ୍ଜି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହା ସହ ଲାଇସେନ୍ସ ରଦ୍ଦ କରାଯିବା ସହ ସୁକୁନ କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯିବାକୁ ଦାବି ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories