www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ’ ପ୍ରଭାବ : ହିତାଧିକାରୀଙ୍କୁ ମିଳିଲା ଉଜ୍ଜ୍ୱଳା

ବଲାଙ୍ଗୀର :ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବଲାଙ୍ଗୀର ଜିଲାରେ ବ୍ୟାପକ ହେରଫେର ହୋଇଥିବା ନେଇ ‘ସମାଜ’ରେ ବାରମ୍ବାର ଖବର ପ୍ରକାଶିତ ହୋଇ ଆସୁଥିଲା। ଖବର ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଉଥିଲା ତନାଘନା। ନିଜକୁ ବଞ୍ଚାଇବା ପାଇଁ ଗ୍ୟାସ ବିତରକମାନେ ଗାଁକୁ ଯାଇ ପହଞ୍ଚାଇ ଦେଉଛନ୍ତି ଚୁଲା ଓ ଗ୍ୟାସ।

କରୋନା ଓ ଲକ୍‍ଡାଉନ୍‍ ଯୋଗୁଁ କେନ୍ଦ୍ର ସରକାର ଏପ୍ରିଲ ଓ ମେ’ ମାସ ପାଇଁ ଯଥାକ୍ରମେ ୫୯୫ ଓ ୭୭୪ ଟଙ୍କା ହିତାଧିକାରୀଙ୍କ ଖାତାରେ ଜମା କରିଥିଲେ। ଅନେକ ହିତାଧିକାରୀଙ୍କ ଗ୍ୟାସ ସଂଯୋଗ ହୋଇ ନଥିବା ବେଳେ ସେମାନଙ୍କ ଜନଧନ ଖାତାରେ ଟଙ୍କା ଜମା ହୋଇଥିବାରୁ ହିତାଧିକାରୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା। ସେମାନେ ଯୋଗାଯୋଗ କରିଥିଲେ ବି କାଗଜପତ୍ର ହୋଇ ନଥିବା ଦର୍ଶାଇ ସେମାନଙ୍କୁ ପୂର୍ବରୁ ଫେରାଇ ଦେଉଥିବା ବିତରକମାନେ ଅଡୁଆରେ ପଡିଥିଲେ। ଟଙ୍କା ଜମା ହେବା ପରେ ହିତାଧିକାରୀଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଥିଲେ ଉଜ୍ଜ୍ୱଳା ଗ୍ୟାସ ବିତରକ। ପ୍ରଥମ ଦଫାରେ ବଲାଙ୍ଗିର ସଦର ବ୍ଲକର ଭୁଣ୍ଡିମୁହାଣ ପଞ୍ଚାୟତର ଭୁଣ୍ଡିମୁହାଣ ଗାଁର ୩୨ ଜଣ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ହିଁ ହୋଇ ନଥିବା ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ବିତରକ ଚୁଲା ଓ ଗ୍ୟାସ ଦେଇଥିଲେ ଭୁଣ୍ଡିମୁହାଣ ଗାଁର ହିତାଧିକାରୀଙ୍କୁ। ସେହିପରି ବଲାଙ୍ଗିର ସଦାଇପାଲି ପଞ୍ଚାୟତର ଗନ୍ଧରେଲ୍‍ ଗାଁରେ ମଧ୍ୟ ଅନେକ ହିତାଧିକାରୀ ଗ୍ୟାସ ସଂଯୋଗ ପାଇ ନଥିବା ଅଭିଯୋଗ କରିଥିଲେ। ଏସଂପର୍କର ମଧ୍ୟ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ଗୁରୁବାର ରାତିରେ ହିଁ ବିତରକ ସଂସ୍ଥା ଗାଁକୁ ଯାଇ ମହିଳାମାନଙ୍କୁ ଚୁଲା ଓ ଗ୍ୟାସ ଦେଇଥିବା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି ଯେ, ଅନେକ ଦିନ ଧରି ହିତାଧିକାରୀଙ୍କୁ ଅନ୍ଧାରରେ କିଏ ରଖିଥିଲା। କରୋନା ଓ ଲକ୍‍ଡାଉନ୍‍ ଯୋଗୁଁ ଜନଧନ ଖାତାରେ ଉଜ୍ଜ୍ୱଳା ଗ୍ୟାସ ବାବଦ ଟଙ୍କା ପଡିବା ପରେ ବିତରକଙ୍କ ପାଇଁ ସମସ୍ୟା ହୋଇଛି। ସେମାନଙ୍କ ଦୁର୍ନୀତି ଧରାପଡିବା ଭୟରେ ସେମାନେ ଆଗୁଆ ଚୁଲା ଓ ଗ୍ୟାସ ଦେଇଦେବାକୁ ଠିକ୍‍ ମନେ କରୁଛନ୍ତି। କେବଳ ଭୁଣ୍ଡିମୁହାଣ ଗାଁ କି ଗନ୍ଧରେଲ୍‍ ନୁହେଁ, ଅନେକ ଗାଁରେ ଏଭଳି ଚଞ୍ଚକତା କରାଯାଇଥିବା ସନ୍ଦେହ ହେଉଛି। ସେହିପରି ଉଜ୍ଜ୍ୱଳା ହିତାଧିକାରୀଙ୍କ ତାଲିକା ସାଧାରଣରେ ପ୍ରକାଶ କରାଗଲେ ଏହି ଦୁର୍ନୀତିର ଅନେକ ଗୁମର ସାମ୍ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories