www.samajalive.in
Tuesday, December 9, 2025
16.1 C
Bhubaneswar

୨୨ ଗଛ କାଟି ଗର୍ଭବତୀଙ୍କୁ ଡ଼ାକ୍ତରଖାନା ନେଲେ ଅଗ୍ନିଶମ ବାହିନୀ; ବାଟରେ ଆମ୍ବୁଲାନ୍ସରେ ଜନ୍ମ ନେଲା କନ୍ୟା ଶିଶୁ

କେନ୍ଦ୍ରାପଡ଼ା:  ସାମୁଦ୍ରିକ ବାତ୍ୟା ‘ଅମ୍ପାନ’ ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସମ ଉଭା ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ମହିଳାଜଣକ ଆସନ୍ନ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ରାସ୍ତାରେ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆସିବାରେ ବାଧା ସୃଷ୍ଟି ହୋଇଥିଲା । ମାତ୍ର ଅଗ୍ନିଶମ କର୍ମଚାରୀମାନେ ରାସ୍ତାରୁ ଗୋଟିକ ପରେ ଗୋଟିଏ ଗଛ କାଟି ମହିଳାଙ୍କ ନିମନ୍ତେ ଆମ୍ବୁଲାନ୍ସ ଯିବା ରାସ୍ତା ସୁଗମ କରିଥିଲେ । ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ରାସ୍ତାରେ ଉପୁଡ଼ି ପଡ଼ିଥିବା ପ୍ରାୟ ୨୨ଟି ଗଛ କାଟିବାକୁ ପଡ଼ିଥିଲା । ଅଗ୍ନିଶମ ବାହିନୀର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ନବଜାତ ଶିଶୁର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

- Advertisement -

ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଅଞ୍ଚଳରେ । ସାମୁଦ୍ରିକ ଝଡ଼ ଅମ୍ପାନ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ରାସ୍ତାଗୁଡ଼ିକ ଉପୁଡ଼ି ପଡ଼ିଥିବା ଗଛ ଦ୍ବାରା ଅବରୋଧ ହୋଇ ଯାଇଥିଲା । ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ଆଉ ତା ସାଙ୍ଗକୁ ରାସ୍ତା ଅବରୋଧ । ଏତିକି ବେଳେ ଜହ୍ନରା ଗାଁରେ ହାତିମ ସେଠୀଙ୍କ ପତ୍ନୀ ଜାନକୀଙ୍କ ହୋଇଥିଲା ପ୍ରସବ ଯନ୍ତ୍ରଣା । ଅନନ୍ୟୋପାୟ ହୋଇ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ମାତ୍ର ରାସ୍ତାରେ ଗଛ ପଡ଼ିଥିବା ଯୋଗୁଁ ଜାନକୀଙ୍କୁ ଆଣିବା ପାଇଁ ଗାଡ଼ି ଯାଇ ପାରି ନ ଥିଲା । ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳକୁ ଯାଇ ୨୨ଟି ଗଛକୁ ରାସ୍ତାରୁ ସଫା କରିଥିଲେ ଓ ଜାନକୀଙ୍କୁ ଡାକ୍ତରଖାନା  ଅଭିମୁଖେ ଯାତ୍ରା କରିଥିଲେ ।  ତେବେ ବାଟରେ ଅଗ୍ନିଶମ ବାହିନୀ ଗାଡ଼ିରେ ହିଁ ଜାନକୀ  ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ପ୍ରସୂତି ଓ ନବଜାତ ଶିଶୁ କନ୍ୟାକୁ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ଗାଡ଼ିରେ ମହାକାଳପଡା ଡାକ୍ତରଖାନାରେ ପହଞ୍ଚାଇଥିଲେ।।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories