www.samajalive.in
Wednesday, December 10, 2025
26.1 C
Bhubaneswar

ପିପିଲିରେ ଅମ୍ପନର ପ୍ରଭାବ

ପିପିଲି : ସାମୁଦ୍ରିକ ମହାବାତ୍ୟା ଅମ୍ପନ ପ୍ରଭାବରେ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ପିପିଲିରେ ୫୨.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୪୫ରୁ ୫୫କିଲୋମିଟର ମଧ୍ୟରେ ପବନ ବହିଛି। ଏଥିରେ ବିଶେଷ କିଛି କ୍ଷତି ଘଟିନଥିଲେ ମଧ୍ୟ କେତେକ ସ୍ଥାନରେ ଛୋଟ ଛୋଟ ଗଛ ଉପୁଡି ପଡିଛି। ଅମ୍ପନ ପ୍ରଭାବରେ ମଙ୍ଗଳବାର ଅପରାହ୍ନରୁ ପିପିଲିରେ ପବନ ବହିବା ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟାରେ ଲଗାଣ ବର୍ଷା ଆରମ୍ଭ ହୋଇଥିଲା। ରାତିସାରା ବର୍ଷା ପବନ ଜାରି ରହିଥିବା ବେଳେ କେତେକ ଲୋକେ ଭୟଭିତ ହୋଇ ସେମାନଙ୍କ ଗୃହପାଳିତ ପଶୁଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ରାତି ସାଢେ ୨ଟା ଠାରୁ ପବନର ବେଗ ବୃଦ୍ଧି ପାଇଥିବା ବେଳେ ବୁଧବାର ସାଢେ ୧୨ଟାରେ ପବନର ବେଗ କମିଯାଇଥିଲା ଓ ସାଢେ ୨ଟାରେ ବର୍ଷା ମଧ୍ୟ କମିଯାଇଥିଲା। ବାତ୍ୟା ପବନକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅପରାହ୍ନରୁ ପିପିଲି ଅଞ୍ଚଳରେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ବାତ୍ୟା ପବନରେ ଦିଘାଳରୁ ପିପିଲିକୁ ଆସିଥିବା ୩୩ କେଭି ଲାଇନ୍‍ରେ ଏକାଧିକ ସ୍ଥାନରେ ଗଛର ଡାଳ ପଡି ତୃଟି ପରିଲକ୍ଷିତ ହୋଇଥିବା ବେଳେ ୨ଟି ସ୍ଥାନରେ ଇନ୍‍ସୁଲେଟର ଲାଗିଥିବା ‘ଭି’ ଭାଙ୍ଗି ଯାଇଥିଲା। ସେସୁ ଏସ୍‍ଡିଓ ଦୁର୍ଗାପ୍ରସାଦ ଦାସ କର୍ମଚାରୀଙ୍କୁ ନେଇ ସେସବୁର ମରାମତି ଚଳାଇଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ପିପିଲିକୁ ବିଦ୍ୟୁତ୍‍ ଯୋଗାଣ ସମ୍ଭବପର ହୋଇନାହିଁ। ସେହିପରି ୧୧କେଭି ଲାଇନ୍‍ରେ ବିଭିନ୍ନ ସ୍ଥାନରେ ଡାଳ ପଡିଥିବା ବେଳେ ଦାଣ୍ଡମୁକୁନ୍ଦପୁର ଫିଡରର ଏକ ସ୍ଥାନରେ ଏକାଧିକ ବିଦ୍ୟୁତ୍‍ ଖୁଣ୍ଟି ଧରାଶାୟୀ ହୋଇଥିବା ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ସୂଚନା ମିଳିଛି। ବାତ୍ୟା ପବନରେ କେତେକ ଜମିରେ ପାଚିଲା ଧାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବାତ୍ୟାର ପ୍ରକୋପ କମିବା ପରେ ଅପରାହ୍ନରେ ପିପିଲି ଅଞ୍ଚଳର ବିଭିନ୍ନ ଛକବଜାର ଠାରେ ଥିବା ଦୋକାନ ବଜାର ଖୋଲିଥିବା ପରିଲକ୍ଷିତ ହୋଇଥିଲା। ଲଗାଣ ବର୍ଷା ପବନ ଯୋଗୁଁ ଖବରକାଗଜ ବିତରଣ ବ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିଲା। ପିପିଲି-ଡେଲାଙ୍ଗ ରାସ୍ତାର ଦାନୋଗହିର ବଜାର ନିକଟରେ ଓ ନୂଆଗାଁ ଛକ ଠାରେ ଉପୁଡି ପଡିଥିବା ଦୁଇଟି ଗଛକୁ ଅଗ୍ନିଶମ ବିଭାଗ ପକ୍ଷରୁ କଟାଯାଇ ରାସ୍ତାକୁ ସଫା କରାଯାଇଥିବା ସଂପର୍କରେ ଅଗ୍ନିଶମ ଅଧିକାରୀ ଅଜିତ କୁମାର ଗୌଡ ସୂଚନା ଦେଇଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories