୨୫ ତାରିଖରୁ ଆରମ୍ଭ ହେବ ବିମାନସେବା; କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା
ନୂଆଦିଲ୍ଲୀ: ଗତ ମାର୍ଚ ମାସରୁ ବନ୍ଦ ହୋଇଥିବା ଯାତ୍ରୀବାହୀ ବିମାନ ସେବା ପୁଣି ଆରମ୍ଭ ହେବ । ୪ର୍ଥ ପର୍ଯ୍ୟାୟରେ ଲକ୍ଡ଼ାଉନକୁ କିଛି ପରିମାଣରେ କୋହଳ କରାଯାଇଛି ଏବଂ ସର୍ତ ସହ ବସ୍, ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ହୋଇଛି । ଏହିକ୍ରମରେ ଆସନ୍ତା ୨୫ ତାରିଖରୁ ଆଂଶିକ ଭାବରେ ଦେଶରେ ବିମାନସେବା ଆରମ୍ଭ ହେବ । ମେଟ୍ରୋ ସହର ସହିତ କିଛି ନିର୍ବାଚିତ ସହରକୁ ପ୍ରଥମ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ । ତେବେ କେଉଁକେଉଁ ସହରକୁ ପ୍ରଥମରେ ବିମାନ ଉଡ଼ାଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।
Domestic civil aviation operations will recommence in a calibrated manner from Monday 25th May 2020.
All airports & air carriers are being informed to be ready for operations from 25th May.
SOPs for passenger movement are also being separately issued by @MoCA_GoI.
— Hardeep Singh Puri (@HardeepSPuri) May 20, 2020
ପ୍ରାଥମିକ ପର୍ଯ୍ୟାୟରେ ମେ ୨୫ରୁ ଦେଶ ଭିତରେ ବିମାନ ଉଡ଼ାଣ କରିବ । ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ତେବେ ବିମାନ ଚଳାଚଳ ସମୟରେ ବିମାନର ପରିଚାରକ ଓ ଯାତ୍ରୀ ନିର୍ଦିଷ୍ଟ ମାର୍ଗଦର୍ଶିକାକୁ ମାନିବାକୁ ବାଧ୍ୟ । ଯାତ୍ରା ସମୟରେ ବିମାନ ଭିତରେ ଓ ବିମାନବନ୍ଦରରେ ସାମାଜିକ ଦୂରତ୍ବ ଅବଲମ୍ବନ, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପରି କେତେକ ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ପଡ଼ିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିୟମ ଜାରି କରିବ ।
କିଛିଦିନ ପୂର୍ବରୁ ବିମାନ ଚଳାଚଳ ନିମନ୍ତେ ସୂଚନା ମିଳିଥିଲା । ଏୟାର ଇଣ୍ଡିଆ ପକ୍ଷରୁ ତାର ସମସ୍ତ କର୍ମଚାରୀଙ୍କୁ ମେ ତୃତୀୟ ସପ୍ତାହ ପରେ କାର୍ଯ୍ୟରେ ଯୋଗ ଦେବାକୁ ପ୍ରସ୍ତୁତ ରହିବାକୁ ମେଲ୍ ଦିଆଯାଇଥିଲା । ଏଥିରୁ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା ।
Comments are closed.