www.samajalive.in
Wednesday, December 10, 2025
26.1 C
Bhubaneswar

ଭୁଲିଗଲେଣି ଲେନ୍‌ ଡ୍ରାଇଭିଂ ; ପାଟ୍ରୋଲିଂ ଢିଲା

ଭୁବନେଶ୍ବର: ତାଲାବନ୍ଦ ସମୟରେ ‌‌ଦ୍ବୖେତନଗରୀର ଜାତୀୟ ରାଜପଥରେ ନିର୍ଦ୍ବନ୍ଦ୍ବରେ ଗଡ଼ୁଛି ଗାଡି। ସପ୍ତାହେ ହେଲାଣି ଗାଡ଼ି ଚଳାଚଳ ବଢ଼ିବା ସହ ରାଜପଥ ଚଳଚଞ୍ଚଳ ହୋଇଛି। ହେଲେ ରାତିରେ ରାଜପଥରେ ଗାଡ଼ିଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଛି। ବିଶେଷକରି ମାଲ୍‌ଗାଡ଼ି ନିୟମ ଉଲ୍ଲଘଂନ କରି ଗାଡ଼ି ଚଳାଉଥିବା ଦେଖାଯାଇଛି। ବିନା ହର୍ଣ୍ଣ ଓ ସିଗ୍‌ନାଲ ନ ଦେଇ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ସନ୍ଧ୍ୟା ୭ରୁ ସହରରେ କର୍ଫ୍ୟୁ ଲାଗୁ ହୋଇଯିବାରୁ ଗାଡ଼ି ଚଳାଚଳ କମୁଛି। ଜାତୀୟ ରାଜପଥ ମଧ୍ୟ ଶୂନ୍‌ଶାନ୍‌ ହୋଇଯାଉଛି। ଏହାର ଫାଇଦା ନେଇ ମାଲ୍‌ବାହୀ ଗାଡ଼ି ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି। ଜାତୀୟ ରାଜପଥ ଉପରେ ମାଲ୍‌ବାହୀ ଚାଳକ ଅନ୍ୟ ଗାଡ଼ିକୁ ସାଇଡ଼୍‌ ନ ଦେଇ ରାସ୍ତା ଉପରେ ଗାଡ଼ି ଲମ୍ବା ଲାଇନ୍‌ରେ ଚଳାଉଛନ୍ତି। ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଥୟ। ଜରୁରୀ କାର୍ଯ୍ୟରେ ଜାତୀୟ ରାଜପଥ ଉପରେ ଯାଉଥିବା ବ୍ୟକ୍ତି ଭୟଭୀତ ହେଉଛନ୍ତି। କାଠଯୋଡ଼ି ଓ କୁଆଖାଇ ନଦୀ ଉପରେ ମଧ୍ୟ ମାଲ୍‌ବାହୀ ଚାଳକ ବିନା ସିଗ୍‌ନାଲ ଦେଇ ଗାଡ଼ି ଚଳାଉଛନ୍ତି।

ଲକ୍‌ଡାଉନ୍‌ ସମୟରେ ମାଲ୍‌ବାହୀ ଚାଳକ ଭୁଲି ଯାଇଛନ୍ତି ଲେନ୍‌ ଡ୍ରାଇଭିଂ। ଜାତୀୟ ରାଜପଥ ଉପରେ ବଡ଼ ବଡ଼ ଅକ୍ଷରରେ ରାସ୍ତାର ବାମପଟେ ଗାଡ଼ି ଚଳାଇବା ପାଇଁ ଲେଖାଯାଇଛି। ହେଲେ ଏହାକୁ ଅମାନ୍ୟ କରି ଗାଡ଼ି ଚଳାଉଛନ୍ତି। ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଇବା ଲାଗି ବେଗ ନିର୍ଦ୍ଧାରଣ କରାଯାଇଛି। ହେଲେ କେହି ଏହାକୁ ମାନୁନାହାନ୍ତି। ଦ୍ରୁତଗତିରେ ଗାଡ଼ି ଚଳାଇଲେ ଜୋରିମାନାର ବ୍ୟବସ୍ଥା ରହିଛି। ଆବଶ୍ୟକସ୍ଥଳେ ଗାଡ଼ିର ପର୍‌ମିଟ୍‌ ରବ୍ଦ କରାଯିବା ଆଇନ ରହିଛି। ଏସବୁ ସତ୍ତ୍ବେ ଗାଡ଼ି ଚାଳକ ସଚେତନ ହେଉନାହାନ୍ତି।

- Advertisement -

ପୂର୍ବରୁ ଜାତୀୟ ରାଜପଥ ଉପରେ ଏନ୍‌ଏଚ୍‌ଆଇ ଓ କମିସନରେଟ ପୁଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଉଥିଲା। ହେଲେ ତାଲାବନ୍ଦ ସମୟରେ ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ ଢିଲା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି। ଏନେଇ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ଭାରୀଯାନଗୁଡ଼ିକ ବାମପଟେ ଚଳାଚଳ ପାଇଁ ନିୟମ ରହିଛି। ଦ୍ରୁତଗତି ଓ ବେପରୁଆ ଭାବେ ଚଳାଉଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories