www.samajalive.in
Sunday, December 7, 2025
15.1 C
Bhubaneswar

ମାଟ୍ରିକ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ଖାଇବା ଓ ରହିବା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ସଚିବ, ବୋର୍ଡ ସଂପାଦକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ମାଟ୍ରିକ୍‌ ଖାତା ଦେଖା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବ ବନ୍ଦୋବସ୍ତ କରିବାକୁ ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ବ୍ୟବସ୍ତା କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି କରିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ ମହାନ୍ତି ଓ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଯୁକ୍ତି ଉପସ୍ଥାପନ କରିଥିଲେ । ଏଥିସହ ଖାତାଦେଖା ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ଓଷ୍ଟା ପକ୍ଷରୁ ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଖାତା ମୂଲ୍ୟାୟନ ଯୋଗୁ ଶିକ୍ଷକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବା ଓଷ୍ଟା ପକ୍ଷରୁ ଯୁକ୍ତି ରଖାଯାଇଥିଲା । କେତେକ ରାଜ୍ୟରେ ଉତ୍ତର ଖାତାକୁ ଶିକ୍ଷକମାନେ ନିଜ ଘରକୁ ନେବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଓଡ଼ିଶାରେ ମଧ୍ୟ ଏହା କାର୍ଯ୍ୟକାରୀ କରିବାକୁ ଓଷ୍ଟା ପକ୍ଷରୁ ନିବେଦନ କରାଯାଇଥିଲା। କୋର୍ଟ ଦର୍ଶାଇଥିଲେ ଯେ, ଖାତା ମୂଲ୍ୟାୟାନକୁ ନେଇ ଶିକ୍ଷକଙ୍କ ମନରେ ଅନେକ ଆଶଙ୍କା ରହିଛି। ବିଭାଗ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି, ତାହା ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ମୂଲ୍ୟାୟନ ଆରମ୍ଭ ମେ’ ୨୦ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ  ଲକ୍‌ଡାଉନ୍‌ ଜାରି ହେବ। ଏଣୁ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକମାନେ କେମିତି ପହଞ୍ଚିବେ, ସେନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ରାଜ୍ୟ ସରକାର, ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କୋର୍ଟରେ ଯୁକ୍ତି ରଖାଯାଇଥିଲା ଯେ, ମୂଲ୍ୟାୟନ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁନାହିଁ। ଚତୁର୍ଥ ପର୍ଯ୍ୟାୟ  ଲକ୍‌ଡାଉନ୍‌ର ସମସ୍ତ ନିୟମ ପାଳନ କରାଯିବ। ମୂଲ୍ୟାୟନରେ ସାମିଲ୍‌ ହେବାକୁ ଥିବା ଶିକ୍ଷକଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ ନ କରି ଶିକ୍ଷକମାନେ ଯେଉଁ ସବୁ ଦାବି ରଖିଛନ୍ତି, ସେଗୁଡ଼ିକ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ, ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୌଣସି ଶିକ୍ଷକଙ୍କୁ ଦୂରଦୂରାନ୍ତର ସ୍ଥାନରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ନ କରିବା ଏବଂ ଭିଡ଼ କମାଇବା ଦିଗରେ ପଦକ୍ଷେପ ନେବାକୁ କୋର୍ଟ ଉପରୋକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories