www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତରେ କରୋନା: ୨୫୪୯ ମୃତ, ୨୪ ଘଣ୍ଟାରେ ୩୭୨୨ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗୁରୁବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୬ ହଜାର ୨୩୪ ଜଣ ସୁସ୍ଥ ହୋଇଥିବାବେଳେ ୪୯ ହଜାର ୨୧୯ ଜଣ ଏବେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ସର୍ବାଧିକ ୨୫ ହଜାର ୯୨୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୭୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୨ୟ ସର୍ବାଧିକ ୯୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୬୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦିଲ୍ଲୀରେ ୭୯୯୮ ଆକ୍ରାନ୍ତ ଓ ୧୦୬ ମୃତ, ତାମିଲନାଡୁରେ ୯୨୨୭ ଆକ୍ରାନ୍ତ ଓ ୬୨ ମୃତ, ରାଜସ୍ଥାନରେ ୪୩୨୮ ଆକ୍ରାନ୍ତ ଓ ୧୨୧ ମୃତ, ମଧ୍ୟପ୍ରଦେଶରେ ୪୧୭୩ ଆକ୍ରାନ୍ତ ଓ ୨୩୨ ମୃତ, ଉତ୍ତରପ୍ରଦେଶରେ ୩୭୫୮ ଆକ୍ରାନ୍ତ ଓ ୮୬ ମୃତ, ଆନ୍ଧ୍ରପ୍ରଦେଶରେ ୨୧୩୭ ଆକ୍ରାନ୍ତ ଓ ୪୭ ମୃତ, ପଞ୍ଜାବରେ ୧୯୨୪ ଆକ୍ରାନ୍ତ ଓ ୩୨ ମୃତ, ପଶ୍ଚିମବଙ୍ଗରେ ୨୨୯୦ ଆକ୍ରାନ୍ତ ଓ ୨୦୭ ମୃତ, ତେଲେଙ୍ଗାନାରେ ୧୩୬୭ ଆକ୍ରାନ୍ତ ଏବଂ ୩୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories