www.samajalive.in
Monday, December 8, 2025
17.1 C
Bhubaneswar

ଭାଲିଆଡାଳ ଗ୍ରାମବାସୀ ପାଇଁ ପାନୀୟ ଜଳ ସ୍ବପ୍ନ ; କେହି ଶୁଣୁ ନାହାନ୍ତି ଗୁହାରୀ

ଠାକୁରମୁଣ୍ଡା: ସରକାର ଗ୍ରାମରେ ଶୁଦ୍ଧ ପାନୀୟ ପାଇପ୍ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କେଉଁ ପଞ୍ଚାୟତରେ ପାନୀୟ ପାଇପ୍ ଜଳ ସୁପରିଚାଳନା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ତ କେଉଁ ଅଞ୍ଚଳରେ ଗ୍ରାମକୁ ପାଇପ୍ ସଂଯୋଗ ଅଧାପନ୍ତରିଆ ହୋଇପଡ଼ିଛି । ସ୍ବାଧୀନତାର ୭୩ ବର୍ଷପରେ ମଧ୍ୟ ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ, ଗ୍ରାମବାସୀ ପାଇଁ ଚୁଆ ପାଣି ତ କେଉଁଠି ନଳକୂପ ଲୁହାପାଣି ଭରଷା। ଏବେ କରୋନା କୁ ନେଇ  ରାଜ୍ୟସାରା ଲୋକ ଡାଉନ୍ ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ଗ୍ରାମାଞ୍ଚଳ ଗୁଡିକରେ ପାନୀୟ ଜଳର ଘୋର ଅଭାବ୍ ଦେଖା ଦେଇଛି। ସରକାରଙ୍କ ପକ୍ଷରୁ ଜଳ ପରିମଳ ଯୋଜନାରେ ଗ୍ରାମ ଗୁଡ଼ିକୁ ଦିଆଯାଇଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ବହୁ  ଦିନରୁ ଖରାପ୍ ହୋଇ ପଡିଥିବା ବେଳେ ଉପଭକ୍ତାଙ୍କ ଗୁହାରି କର୍ତ୍ତୃପକ୍ଷ ସୁଣୁନାହାନ୍ତି। ଏମିତି ଏକ ଅଭିଯୋଗ ଆସିଛି  ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଭାଲିଆଦାଲ୍ ପଞ୍ଚାୟତ ଖୋଦ୍ ଭାଲିଆଡ଼ାଲ୍ ଗ୍ରାମରେ

ସୂଚନା ଅନୁଯାୟୀ,  ଏହି ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବାସକରନ୍ତି । ପୂର୍ବରୁ ପାନୀୟ ଜଳର ଅଭାବକୁ ପ୍ରଶାସନ ଦୃଷ୍ଟିରେ ରଖି ସରକାରଙ୍କ ପାନୀୟ ଜଳ ଯୋଜନାରେ ୨ ବର୍ଷ ପୂର୍ବରୁ ଏକ ପାନୀୟ  ଜଳ ପ୍ରକଳ୍ପ କରାଯାଇ ଥିଲା । ଗ୍ରାମର ସମସ୍ତ ସାହିକୁ ପାଇପ୍ ବିଛାହେବା ସହ ଷ୍ଟାଣ୍ଡ ପୋଷ୍ଟ ତିଆରି ହେବା ସହ  ଓଭର୍ ହେଡ୍ ଟେଙ୍କ ମଧ୍ୟ ତିଆରି ହୋଇଥିଲ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୧ ମାସ ପରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଖରାପ ହୋଇ ପଡ଼ିରହିଛି । ଗ୍ରାମବାସୀ ମାନେ ଅନେକ ଥର ଏ ବିଷୟରେ ସରପଞ୍ଚ ବିଡ଼ିଓ ତଥା ଜଳପରିମଳ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ,ମଧ୍ୟ କେହି ଗ୍ରାମବାସୀଙ୍କ ଗୁହାରି ଶୁଣୁ ନାହାନ୍ତି ବୋଲି ଆମ ପ୍ରତିଦିଧିଙ୍କ ଠାରେ ଗ୍ରାମର ଦୁର୍ଗା ଚରଣ ପୂର୍ତ୍ତି, ପ୍ରତିମା ନାଏକ, ସୁକାନ୍ତି ପୂର୍ତ୍ତି, ଗୁରୁବାରୀ ହୋ,ଗୋବିନ୍ଦ ତପନ ,ରନ ସିଂ ବାନରା, ବିରଞ୍ଚି ହୋ, ଗୋବିନ୍ଦ ହୋ ଆଦି ଅନେକ ପ୍ରକାଶ କରିଛନ୍ତି ।

- Advertisement -

ଗ୍ରାମରେ ଯଦିଓ ୫ ଟି ନଳକୂଅ ଅଛି ତାହା ଘଣ୍ଟାଏ ଅପେକ୍ଷା କଲେ ଗରାଏ ପାଣି ମିଳୁଛି ତହା ବି ପିଇବା ଉପଯୋଗୀ ନୁହେଁ । ଏପରି ପରିସ୍ଥିତିରେ ଗ୍ରାମବାସୀ ମାନେ ଝରଣାର ଚୁଆ ପାଣିକୁ ଭରସା। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ତେବେ ଏବିଷୟରେ ସରପଞ୍ଚ ଙ୍କୁ ପଚାରିବାରୁ ମୁଁ ଏବିଷୟରେ ବିଡ଼ିଓ, ବିଭାଗୀୟ ଜେଇଙ୍କୁ କହିଛି ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛି। ବିଭାଗୀୟ ଜେଇ ସଶ୍ମିତା ନାୟକଙ୍କୁ ଫୋନ ଯୋଗେ ପଚାରିବାରୁ ସେକହିଥିଲେ ଯେ, ଅଳ୍ପ ଦିନ ହେଲା ଖରାପ ହୋଇଛି ଖୁବ ଶୀଘ୍ର ପାଣି ଯୋଗାଇ ଦିଆଯିବ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories