www.samajalive.in
Wednesday, December 10, 2025
26.1 C
Bhubaneswar

ଲକ୍ ଡ଼ାଉନ ୪.୦: ବିଭିନ୍ନ ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମେ ୧୭ ତାରିଖ ପରେ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଆରମ୍ଭ ହେବ ନା କିଛି କୋହଳ କରାଯିବ ତାହା ରାଜ୍ୟମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆଉ କିଛି ସମୟ ପରେ ଆରମ୍ଭ ହେବ ।

ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିବା ଏହି ମାରାଥନ୍ ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ରାୟ ନିଆଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମେ ଏହି ବୈଠକକୁ ସମ୍ବୋଧିତ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜ୍ୟମାନେ ଏକାଠି କାମ କରୁଛନ୍ତି । କ୍ୟାବିନେଟ ସଚିବ ରାଜ୍ୟ ସଚିବଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସନ୍ତୁଳିତ ରଣନୀତିକୁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଆହ୍ୱାନ ସବୁ କ’ଣ ଏବଂ ଏହାକୁ ନେଇ କେଉଁଭଳି ମୁକାବିଲା କରିବାକୁ ପଡ଼ିବ ତାହା ଉପରେ କାର୍ଯ୍ୟ କରିବାକୁ ହେବ ।

- Advertisement -

ଆପଣଙ୍କ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଦେଶାବଳୀ ସ୍ଥିର ହେବ । ଭାରତ ଏହି ସଙ୍କଟରୁ ନିଜକୁ ରକ୍ଷା କରିବାରେ ବହୁ ପରିମାଣରେ ସଫଳ ହୋଇଛି । ରାଜ୍ୟମାନେ ସେମାନଙ୍କର ଦାୟିତ୍ୱ ତୁଲାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି । ଏହା ସହ ‘ଦୋ ଗଜ ଦୂରୀ’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ସାମାଜିକ ଦୂରତା ଉପରେ ନିଜର ଆଭିମୁଖ୍ୟ ସ୍ପ​‌ଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଯିଏ ଯେଉଁଠାରେ ଅଛି ସେ ସେହିଠାରେ ରୁହନ୍ତୁ ବୋଲି ଆମେ ଚାହୁଛୁ, କିନ୍ତୁ ଆମକୁ କିଛି ନିୟମ ବଦଳାଇବାକୁ ପଡ଼ିଛି । ଭାରତର ଗାଁ ଗୁଡ଼ିକ ମଧ୍ୟକୁ ଯେଉଁଭଳି ଏହି ସଙ୍କଟ ପ୍ରବେଶ ନକରେଳ ତାହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଘରମୁହାଁ ହେବା ଓ ଘରକୁ ଫେରିବା ଏକ ମାନବିକ ପ୍ରବୃତ୍ତି । ତେଣୁ ଏହାପ୍ରତି ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଟ୍ରେନ୍ ଚଳାଚଳ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସେ ମତ ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତମାନ ସମୟରେ କେନ୍ଦ୍ର ସରକାର ରାଜନୀତି ନ କରୁ ବୋଲି ମତ ଦେଇଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories