www.samajalive.in
Monday, December 8, 2025
27.1 C
Bhubaneswar

ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ୍ ଠପ୍

ନୂଆଦିଲ୍ଲୀ : ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ୍ ଠପ୍ ହୋଇଯାଇଛି। ମେ ୭ରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, କରୋନା କାରଣରୁ ସାରା ବିଶ୍ୱରେ ଲଗାଯାଇଥିବା ଲକଡାଉନ୍ ଏବଂ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ଏହି ଭାରତୀୟମାନେ ବିଦେଶରେ ଫସି ରହିଛନ୍ତି। ମୋଟ୍ ୧୨ଟି ଦେଶରେ ଫସି ରହିଥିବା ପ୍ରାୟ ୧୫,୦୦୦ ଭାରତୀୟଙ୍କୁ ଫେରାଇ ନିଆଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଘୋଷଣା କରିଥିଲେ। ଏଥିପାଇଁ ଏୟାର ଇଣ୍ଡିଆ ମେ ୭ ରୁ ୧୩ ତାରିଖ ମଧ୍ୟରେ ୬୪ ବିମାନ ଚଳାଚଳ କରିବ।

- Advertisement -

ବୁଧବାର ଦିନ ୧୨: ୨୨ ମିନିଟରେ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ୱେବସାଇଟ୍ ଏକ ରକମର ବନ୍ଦ ହୋଇ ଯାଇଛି। ଏନଆଇସି ର ଟିମ୍ (ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର) ଏହାକୁ ଠିକ୍ କରୁଛି। ଲୋକଙ୍କୁ ଫେରାଇ ଆଣିଥିବା ବିମାନ ସମ୍ବନ୍ଧୀୟ ସୂଚନା ଶୀଘ୍ର ଏୟାର ଇଣ୍ଡିଆ ୱେବସାଇଟରେ ଉପଲବ୍ଧ ହେବ। ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।

୧୨ଟି ଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯିବ। ଏହି ଦେଶଗୁଡ଼ିକ ମଧ୍ୟରେ ୟୁଏଇ, ବ୍ରିଟେନ, ଆମେରିକା, କାତାର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ବାଂଲାଦେଶ, ବହାରେନ, କୁଏତ ଏବଂ ଓମାନ ଅନ୍ତର୍ଭୁକ୍ତ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ର ୬୪ଟି ବିମାନ ଚଳାଚଳ କରିବ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories