www.samajalive.in
Tuesday, December 9, 2025
16.1 C
Bhubaneswar

ସାଉଣ୍ଡ ରେକର୍ଡ଼ିଷ୍ଟ ଧୀରଜ ଲାଲ ଭନସାଲୀଙ୍କ ଦେହାନ୍ତ : ଟ୍ବିଟ୍ କରି ଶୋକବ୍ୟକ୍ତ କଲେ ଲତା

ମୁମ୍ବଇ : ଚଳିତ ବର୍ଷ ଅନେକ ବଲିଉଡ଼୍ ତାରକାଙ୍କ ଦେହାନ୍ତ ହୋଇଛି। ନିକଟରେ ଇରଫାନ ଖାନ୍ ଏବଂ ପରେ ରିଷି କପୁରଙ୍କ ପରେ ଏବେ ବଲିଉଡ଼ର ଜଣାଶୁଣା ସାଉଣ୍ଡ ରେକର୍ଡ଼ିଷ୍ଟ ଧୀରଜ ଲାଲ ଭନସାଲୀଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ଏଭଳି ସ୍ଥିତିରେ କୋକିଳ କଣ୍ଠି ଲତା ମଙ୍ଗେଶକର ତାଙ୍କୁ ସ୍ମରଣ କରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଲତା ଟ୍ବିଟ୍ କରି ଲେଖିଛନ୍ତି, ’ଆମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ସାଉଣ୍ଡ ରେକର୍ଡ଼ିଷ୍ଟ ଧୀରଜ ଲାଲ ଭନସାଲୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ମୋର ଅନେକ ଚଳଚ୍ଚିତ୍ରରେ ଗୀତ ରେକର୍ଡ କରିଥିଲେ। ସେ ବହୁତ ଭଲ ରେକର୍ଡିଷ୍ଟ ଏବଂ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଆମର ବହୁତ ଭଲ ସମ୍ପର୍କ ଥିଲା। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ। ଲତାଙ୍କ ଟ୍ୱିଟରେ ଅନ୍ୟ ପ୍ରଶଂସକମାନେ ମଧ୍ୟ ଧୀରଜଲାଲ ଭନସାଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ରିଷି କପୁରଙ୍କ ଦେହାନ୍ତରେ ମଧ୍ୟ ଲତା ମଙ୍ଗେଶକର ଭାବପ୍ରବଣ ହୋଇ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲତା ରିଷି କପୁରଙ୍କ ପିଲାଦିନର ଏକ ଫଟୋ ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାକୁ ପ୍ରଶଂସକମାନେ ବେସ୍ ଭଲପାଇବା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories