www.samajalive.in
Tuesday, December 9, 2025
16.1 C
Bhubaneswar

ବସ୍ ଓ କାର ଚାଳକ ସଂଘକୁ ମିଳିବ ସହାୟତା : ଗଡକରୀ

ନୂଆଦିଲ୍ଲୀ : ବସ୍ ଓ କାର ଚାଳକମାନଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ତାହାକୁ ଦୂର କରିବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ତଥା ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ସାରାଦେଶର ବସ ଓ କାର ଚାଳକମାନଙ୍କୁ ଆଶ୍ଵାସନା ଦେଇ ଶ୍ରୀ ଗଡକରୀ କହିଛନ୍ତି ଯେ, ସେ ନିୟମିତ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ କୋଭିଡ-୧୯ ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ସମସ୍ତ ପ୍ରେଚେଷ୍ଟା ଜାରି ରହିଛି । ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ବସ୍ ଓ କାର ଚାଳକ ସଙ୍ଘକୁ ସମ୍ବୋଧିତ କରି ଶ୍ରୀ ଗଡକରୀ କହିଛନ୍ତି ଯେ, ଯାତାୟାତ ବ୍ୟବସ୍ଥାର ପୁନଃ ଆରମ୍ଭ ଦେଶବ୍ୟାପୀ ଜନସାଧାରଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବ । ସେ କହିଲେ ଯେ, ଖୁବ ଶୀଘ୍ର ନିର୍ଦ୍ଧାରିତ ମାର୍ଗଦର୍ଶିକା ସହ ସାର୍ବଜନୀନ ଯାତାୟାତ ସେବା ଆରମ୍ଭ ହେବ । ବସ ଏବଂ କାର ଯାତାୟାତ ସମୟରେ ସାମାଜିକ ଦୂରତା ରକ୍ଷା କରିବା ତଥା ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ଯେପରିକି, ହାଣ୍ଡ ୱାସ, ସାନିଟାଇଜର, ମାସ୍କ ଆଦିର ବ୍ୟବହାର ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ ଯେ, ସେ ଏହି ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଏସବୁ ସମସ୍ୟାର ସମାଧାନ ଲାଗି ସମସ୍ତ ଅଂଶୀଦାରଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ । କରୋନା ସଂକ୍ରମଣ ଲାଗି ଚୀନରୁ ଅନେକ ନିବେଶକ ବିମୁଖ ହେଉଛନ୍ତି ଏବଂ ଏହା ଭାରତ ପାଇଁ ଏକ ଭଲ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଆନ୍ତର୍ଜାତିକ ନିବେଶକମାନଙ୍କୁ ଭାରତରେ ନିବେଶ କରିବା ଲାଗି ଆମନ୍ତ୍ରଣ କରିବାକୁ ସେ ଭାରତୀୟ ବସ୍ ଓ କାର ସଂଘକୁ ପରାମର୍ଶ ଦେଇଥିଲେ ।
ଉଭୟ ସରକାର ଓ ଶିଳ୍ପ ଜଗତର ମିଳିତ ଉଦ୍ୟମରେ ଆମେ କରୋନାକୁ ପରାସ୍ତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବା ବୋଲି ଶ୍ରୀ ଗଡକରୀ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories