www.samajalive.in
Monday, December 8, 2025
27.1 C
Bhubaneswar

ମଦ ଦୋକାନ ଆଗରେ ଭିଡ଼ ଯୋଗୁଁ ମୁମ୍ବାଇରେ ମଦ ବିକ୍ରି ଉପରେ ନିଷେଧାଦେଶ

ମୁମ୍ବାଇ : ମଦ ଦୋକାନ ଆଗରେ ହେଉଥିବା ପ୍ରବଳ ଭିଡକୁ ଦେଖି ମୁମ୍ବାଇରେ ଏହାର ବିକ୍ରି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷ।   ମୁମ୍ବାଇ ମୁନିସପାଲ କମିଶନର ପ୍ରବୀଣ ପରଦେଶୀ ଏ ସଂକ୍ରାନ୍ତରେ ନିର୍ଦେଶ ଜାରି କରିଛନ୍ତି । ମୁମ୍ବାଇ ମହାନଗର ନିଗମ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମଦ ଦୋକନ ସମ୍ମୁଖରେ ହେଉଥିବା ଭିଡ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ କେନ୍ଦ୍ର ସରକାର ବିଭିନ୍ନ କଟକଣା କୋହଳ କରିଥିବା ବେଳେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଦ ଉପରେ ଟିକସ ବଢ଼ାଇ ଦେଇଥିଲେ ମଧ୍ୟ ଦୋକାନ ସମ୍ମୁଖରେ ଭିଡ ରହୁଛି। ଏହାକୁ ଏଡାଇବାକୁ କେତେକ ରାଜ୍ୟ ସରକାର ହୋମ ଡେଲିଭରୀ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories