www.samajalive.in
Monday, December 8, 2025
24.1 C
Bhubaneswar

ବାଣ ବିସ୍ଫୋରଣରେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ଢେଙ୍କାନାଳ : ବାଣ ବିସ୍ଫୋରଣରେ ଚାଲିଯାଇଛି ଦୁଇ ନାବାଳକଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ସ୍ଥିତ ତୁମୁସିଙ୍ଗା ଥାନା ଅର୍ନ୍ତଗତ ସୋଗର ଗାଁରେ । ଉକ୍ତ ଗାଁର ସରୋଜ କୁମାରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ଘରେ ଥିବା ବାଣ ଗୁଡିକ ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣ ଫଳରେ ଘରର ଛାତ ଭୁସୁଡି ପଡିଥିଲା । ଘରର ଛାତ ତଳେ ଚାପିହୋଇ ରହିଯାଇଥିଲେ ୩ ଜଣ ନାବାଳକ । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଭୁସୁଡି ପଡିଥିବା ଛାତତଳୁ ୩ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ  ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଦୁଇ ନାବାଳକଙ୍କ ବୟସ ଯଥାକ୍ରମେ ୬ ଓ ୮ ବର୍ଷ ହୋଇଥିବା ଜଣାପଡିଛି ।

କାମାକ୍ଷାନଗର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଥିବା ବେଳେ ଭୁସୁଡିଥିବା ଛାତତଳେ ଆଉ କେହି ଚାପିହୋଇଥିବା ଅନୁମାନ କରାଯାଉଛି । କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories