www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ ମାଡ଼ରେ ଯୁବକ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡା ଜିଲାରେ ଏକ ଏମାନବୀୟ ଘଟଣା ଘଟିଛି । ପୁଲିସ ମାଡ଼ରେ ଜଣେ ରତ୍ରି ଜଗୁଆଳୀ ଗୁରୁତର ଭାବରେ ଆହତ ହୋଇ କୋମାରେ ଚାଲିଯାଇଛନ୍ତି।  ରାତ୍ର ଜଗୁଆଳିକୁ ଅମାନୁଷିକ ଭାବରେ ମୁଛା ହେବାପର୍ଯ୍ୟନ୍ତ ମାଡ଼ମାରିବା ଅଭିଯୋରେ ଝାରସୁଗୁଡ଼ା ଏସ୍‍ପି ଗାନ୍ଧିଛକ ଫାଣ୍ଡି ଅଧିକାରୀଙ୍କୁ ସୋମବାର ନିଳମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ସୁଧାଂଶୁ ଚନ୍ଦନୀମାଲସ୍ଥିତ ମେଗା ନର୍ସରୀରେ ରତ୍ରି ଜଗୁଆଳୀ ଭାବରେ କାର୍ଯ୍ୟ କରନ୍ତି। ଗତ ଶୁକ୍ରବାର ରାତିରେ ବିଦ୍ୟୁତ ଚାଲି ଯାଇଥିବାବେଳେ ଏଠାରୁ ଏକ ପାଣି ମଟର ଚୋରି ହୋଇଯାଇଥିଲା। ଏନେଇ ବନ ବିଭାଗ ଅଧିକାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତ ପାଇଁ ଶନିବାର ରାତିରେ ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‍ଆଇ ହୀରାଧର ବେହେରା ଓ ବ୍ରଜରାଜନଗରର କିଛି ପୁଲିସ କର୍ମଚାରୀ ମେଗା ନର୍ସରୀକୁ ଆସିଥିଲେ। ପଚରା ଉଚୁରା କରିବା ସମୟରେ ସେଠାରେ ଥିବା ସୁଧାଂଶୁ ଓ ଅନ୍ୟ ତିନି ଜଣ ରାତ୍ରି ଜଗୁଆଳିଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହି ସମୟରେ ପୁଲିସର ଲାଠି ମାଡରେ ସୁଧାଂଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡି ଯାଇଥିଲେ ଓ ଅନ୍ୟ କର୍ମଚାରୀମାନେ ଆହତ ହୋଇଥିଲେ। ପୁଲିସ ଘଟଣାକୁ ଲୁଚାଇବା ପାଇଁ ଚେତାଶୂନ୍ୟ ଅବସ୍ଥାରେ ସୁଧାଂଶୁଙ୍କୁ ମଣ୍ଡଳିଆ ଚିକିତ୍ସାଳୟରେ ଭର୍ତ୍ତିକରି ଚାଲି ଯାଇଥିଲା। ଏବିଷୟରେ ଖବର ପାଇ ପରିବାର ଲୋକେ ମଣ୍ଡଳିଆକୁ ଆସି ସେଠାରୁ ତାଙ୍କୁ ବୁର୍ଲ୍ଲା ଡାକ୍ତର ଖାନକୁ ନେଇଥିଲେ। ବୁର୍ଲ୍ଲାରେ ୨ ଦିନ ଚିକିତ୍ସା ପରେ ସୁଧାଂଶୁଙ୍କ ଚେତା ଆସିଥିଲେ ହେ ସେ କଥାବାର୍ତ୍ତ କରି ପାରୁ ନାହାନ୍ତି ବୋଲି ତାଙ୍କ ବଡ ଭାଇ ହିମାଂଶୁ କହିଛନ୍ତି। କରୋନା ମୁକାବଲା ପାଇଁ ଜିଲାପୁଲିସ ଦିନରାତି ଲକଡ଼ାଉନ ଓ ଆଇନ ଶୃଖଳା ପାଇଁ କାମ କରି ଜିଲାବାସୀଙ୍କ ଦ୍ୱାରା ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ ଜଣେ ରାତ୍ରି ଜଗୁଆଳିକୁ କେବଳ ସଂନ୍ଦେହରେ ମାରଣାକ୍ତ ମାଡ଼ମାରିବା ସାଧାରାଣରେ ଅସନ୍ତୋଷ ପ୍ରକାଶ ପାଇଛି ।

- Advertisement -

ଅନ୍ୟପଟେ ସୁଧାଂଶୁକୁ ଆମାନୁଷିକ ଭାବାରେ ମାଡ ମାରିଥିବା ଗାନ୍ଧିଛକ ଫାଣ୍ଡିର ଏଏସ୍‍ଆଇ ହୀରାଧର ବେହାରେଙ୍କୁ ଆଜି ଜିଲା ଆରକ୍ଷୀ ଅଧିକାରୀ ରାହୁଳ ପିଆର ନିଳମ୍ବିନ କରିଛନ୍ତି। ସେହିପରି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ସହାୟତା ଓ ଉକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ମେଗା ନର୍ସରୀ ଚନ୍ଦନୀମାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ଅବସରରେ ସମାଜସେବୀ ରାଧେଶ୍ୟାମ ପ୍ରଧାନ କହିଛନ୍ତି, ପୁଲିସ ଜଣେ ନୀରିହ ଲୋକକୁ ଏପରି ମାଡ ମାରିବା ନିନ୍ଦନୀୟ। ଆଜି ପୁଲିସର ଏହି ବର୍ବରତା ପାଇଁ ଗୋଟିଏ ପରିବାର ଘୋର ଦୁଃଖ ମଧ୍ୟକୁ ଠେଲି ହୋଇ ଯାଇଛି। ପୁଲିସ କର୍ମଚାରୀଙ୍କ ଉପରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଆହତଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

 

 

 

 

 

 

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories