www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଅପଡେଟ – ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୪ ହଜାର ୮୭୦

ସମାଜ ପୋର୍ଟାଲ ଡେସ୍କ: ସମଗ୍ର ବିଶ୍ୱରେ କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୪ ହଜାର ୮୭୦ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ୩୪ ଲକ୍ଷ ୯୬ ହଜାର ୭୦୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଲକ୍ଷ ୨୬ ହଜାର ୧୩୪ ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୧୧ ଲକ୍ଷ ୬୦ ହଜାର ୮୩୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ହଜାର ୪୪୮ ଜଣଙ୍କର ମୃତ୍ୟୁ ଘଟିଛି। ଇଟାଲୀରେ ମୋଟ ୨ ଲକ୍ଷ ୯ ହଜାର ୩୨୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୮ ହଜାର ୭୧୦ ଜଣ ପ୍ରାଣ ହରାଇଛନ୍ତି। ଇଂଲଣ୍ଡରେ ୧ ଲକ୍ଷ ୮୨ ହଜାର ୨୬୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮ ହଜାର ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ସ୍ପେନ୍‍ରେ ୨ ଲକ୍ଷ ୪୬ ହଜାର ୫୬୭ କରୋନା ପଜିଟିଭ୍‍ ମାମଲା ଚିହ୍ନଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ୨୫ ହଜାର ୧୦୦ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି।

ଦେଶରେ କୋଭିଡ୍‍-ନାଇଣ୍ଟିନ୍‍ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୯୮୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସମୁଦାୟ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୧୦ ହଜାର ୬୩୨ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବାବେଳେ ୧ ହଜାର ୩୦୧ ଜଣଙ୍କର ମୃତ୍ୟୁ ଘଟିଛି। ଏଲଥିସହିତ ଦେଶରେ ବର୍ତ୍ତମାନ ୨୮ ହଜାର ୪୬ ଜଣ ସକ୍ରିୟ ସଂକ୍ରମିତ ରୋଗୀ ରହିଛିନ୍ତି।

- Advertisement -

ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇ.ସି.ଏମ୍‍.ଆର୍‍. କହିଛି, ଦେଶରେ ଏପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରରେ ମୋଟ ୧୦ ଲକ୍ଷ ୪୬ ହଜାର ୪୫୦ ନମୁନା ପରୀକ୍ଷା କରାଯାଇଛି। ଇତିମଧ୍ୟରେ ଆଇ.ସି.ଏମ୍‍.ଆର୍‍. ଭୋଭିଡ୍‍-ନାଇଣ୍ଟିନ୍‍ ପରୀକ୍ଷା ସୁବିଧା ବୃଦ୍ଧି କରିବା ଲାଗି ଅଧିକ ସରକାରୀ ଓ ବେସରକାରୀ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ୩୧୦ଟି ସରକାରୀ ଓ ୧୧୧ଟି ବେସରକାରୀ ପରୀକ୍ଷାଗାରକୁ କୋଭିଡ୍‍-ନାଇଣ୍ଟିନ୍‍ ପରୀକ୍ଷା କରିବା ଲାଗି ଅନୁମତି ମିଳିସାରିଛି।

ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି, ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ କୋଭିଡ୍‍-ନାଇଣ୍ଟିନ୍‍ କଟକଣା ସମୟରେ ଦେଶର ପ୍ରାୟ ଅର୍ଦ୍ଧାଧିକ କ୍ଷେତ୍ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି, ଏହି କଟକଣା ଆମକୁ ସଫଳତା ଆଣିଦେଇଛି ଓ ଦେଶ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ କୋଭିଡ୍‍-ନାଇଣ୍ଟିନ୍‍ର ମୁକାବିଲା କ୍ଷେତ୍ରରେ ଅଧିକ ସଫଳ ରହିଛି। ଜାବଡ଼େକର କହିଛନ୍ତି, ବିରୋଧି ଦଳ ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ଏହା କେବଳ ସମାଲୋଚନା କରିବାରେ ବ୍ୟସ୍ତ ରହୁଛି। ସେ କହିଛନ୍ତି, ଯେଉଁ ଯେଉଁ ବିଷୟଗୁଡ଼ିକରେ ବିରୋଧି ଦଳମାନେ ସରକାରଙ୍କ ସହ ଏକମତ ହୋଇଥିଲେ, ସେହିସବୁ ବିଷୟରେ ବର୍ତ୍ତମାନ ସରକାରଙ୍କର ସମାଲୋଚନା କରୁଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories