www.samajalive.in
Monday, December 8, 2025
17.1 C
Bhubaneswar

କରୋନା ସଂକ୍ରମଣ ପ୍ରତିରୋଧ ଅଞ୍ଚଳରେ ଖୋଲିବ ନାହିଁ ଅଫିସ୍

ଭୁବନେଶ୍ବର : ଠିକାଦାର/ନିର୍ମାଣକାରୀ ସଂସ୍ଥାର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ହେଉଥିବା ସମସ୍ୟାକୁ ଦୂରୀଭୂତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେତେକ କଟକଣାକୁ କୋହଳ କରାଯାଇଛି। ଏହିସବୁ ସଂସ୍ଥା ପାଇଁ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ ଅନୁମୋଦନ କ୍ରମେ ଜିଲ୍ଲାପାଳ/ମହାନଗର ନିଗମର କମିଶନରମାନଙ୍କଠାରୁ ଅନୁମତି ମିଳିବ। ସଂକ୍ରମଣ ପ୍ରତିରୋଧ ଅଞ୍ଚଳଗୁଡ଼ିକରେ କୌଣସି ଅଫିସ ଖୋଲିବ ନାହିଁ। ଆବଶ୍ୟକୀୟ ୫୦ ପ୍ରତିଶତ କର୍ମଚାରୀ ଏବଂ ଯାନ ପାଇଁ ଏହି ସଂସ୍ଥାମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ମହାନଗର ନିଗମର କମିଶନର୍‌ଙ୍କୁ ଆବେଦନ କରିବେ। ଜିଲ୍ଲାର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ମିଳିଥିବା ଚିଠିର ଆଧାରରେ ବୃତ୍ତିଗତ ଆବଶ୍ୟକତା ପାଇଁ ଯାତାୟତ ନିମନ୍ତେ ଅନୁମତି ପ୍ରଦାନ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମରେ କିଛି ଲୋକଙ୍କ ଦ୍ୱାରା କରାଯାଇଥିବା ବ୍ୟାରିକେଡ୍‌ ମାଲ ପରିବହନ ଓ ଶ୍ରମିକମାନଙ୍କ ଯାତାୟତରେ ବାଧକ ହେଉଛି। କେବଳ ସଂକ୍ରମଣ ନିରୋଧ ଅଞ୍ଚଳ ଏବଂ ଆବଦ୍ଧ ଅଞ୍ଚଳ ଇତ୍ୟାଦିକୁ ଛାଡି ଦେଲେ ଅନ୍ୟ ସମସ୍ତ ବ୍ୟାରିକେଡ୍‌ଗୁଡିକୁ ଉଠାଇଦେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories