www.samajalive.in
Sunday, December 7, 2025
26.1 C
Bhubaneswar

ହଜାରେ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ: କରୋନା ଟିକାର ପରୀକ୍ଷଣ ପରେ ବଜାରରେ  ଉତ୍ସାହ

ମୁମ୍ବଇ:କୋଭିଡ୍‌-୧୯ ବା କରୋନା ସଂକ୍ରମଣ ରୋକିବା ଏବଂ ଚିକିତ୍ସା କ୍ଷେତ୍ରରେ ଟିକା ପରୀକ୍ଷା କରାଯିବା ସମ୍ପର୍କିତ ତଥ୍ୟ ବିଶ୍ବ ପୁଞ୍ଜି ବଜାରରେ ଉତ୍ସାହ ଆଣିଛି । ଏହାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି । କ୍ରମାଗତ ଭାବେ ୪ କାରବାର ଦିବସ ଧରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ଜାରି ରହିଥିବା ବୃଦ୍ଧି ଆଜି ମଧ୍ୟ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଯାହାର ଫଳସ୍ବରୂପ ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ପାଖାପାଖି ଏକ ହଜାର ପଏଣ୍ଟ ବୃଦ୍ଧି ଘଟିଛି। ଆଜି କାରବାର ଶେଷ ବେଳକୁ ସେନ୍‍ସେକ୍ସ ସୂଚକାଙ୍କରେ ୯୯୭(୯୯୭.୪୬) ପଏଣ୍ଟ ବୃଦ୍ଧି ଘଟି ୩୩,୭୧୭.୬୨ ପଏଣ୍ଟରେ କାରବାର ବନ୍ଦ ହୋଇ ଛି। ଆଜି ଦିନର କାରବାର ମଧ୍ୟରେ ସେନ୍‌ସେକ୍ସ ସର୍ବାଧିକ ୧୧୬୭ ପଏଣ୍ଟ ବୃଦ୍ଧି ଘଟିଥିଲା ା ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୦୬(୩୦୬.୫୫) ପଏଣ୍ଟ ବୃଦ୍ଧି ଘଟି ୯୮୫୯.୯୦ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର ଶକ୍ତି, ବ୍ୟାଙ୍କ ଏବଂ ଆଇଟିରେ ଷ୍ଟକ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories