www.samajalive.in
Monday, December 8, 2025
27.1 C
Bhubaneswar

ମୃତ୍ୟୁକୁ କରୋନା ଡ଼ର: କୋକେଇ ମିଳୁଛି, ମିଳୁନାହିଁ କାନ୍ଧ

ନୂଆଦିଲ୍ଲୀ: କରୋନା ବଦଳାଇ ଦେଇଛି ମୃତ୍ୟୁର ପରିଭାଷା । କରୋନା କାଳରେ ମରିବାକୁ ବି ଡ଼ରୁଛନ୍ତି ଲୋକ । ମୃତ୍ୟୁ ଅପେକ୍ଷା ମୃତ୍ୟୁ ପରବର୍ତୀ ସମୟକୁ ଚିନ୍ତା କରି ଲୋକମାନେ ବିବଶ । ଶବ ଲଦିବାକୁ କୋକେଇ କି କଫିନ ମିଳି ଯାଉଛି ସିନା, ବୋହିବାକୁ ମିଳୁନାହିଁ କାନ୍ଧ । ଜ୍ଞାତିକୁଟୁମ୍ବ ତ ଦୂରର କଥା ନିଜ ପରିବାରର ଲୋକମାନେ ବି କାନ୍ଧ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଦିଲ୍ଲୀରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ବୃଦ୍ଧାଙ୍କ ସ୍ବାଭାବିକ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ ଲୋକ ମିଳିଲେ ନାହିଁ । ଶେଷକୁ କୋକେଇ ନେଇ ଆସିଥିବା ଲୋକଟିକୁ କିଛି ଟଙ୍କା ଦେଇ କାନ୍ଧ ଦେବାକୁ ମୃତ ବୃଦ୍ଧାଙ୍କ ଜଣେ ସମ୍ପର୍କୀୟ ମନାଇବାରେ ସଫଳ ହେବା ଯୋଗୁଁ ଶବଟି ଶ୍ମଶାନ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ମିଳିଥିବା ସୂଚନା ଅନୁସାରେ ଏହି ମହିଳା ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର କିଡ଼ନୀଜନିତ ରୋଗ ଥିଲା । କେଇଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ଏକ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । କିଛିଦିନ ଚିକିତ୍ସା ହେବା ସତ୍ବେ ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ଶବକୁ ଆମ୍ବୁଲାନ୍ସରେ ଘରକୁ ଅଣାଯାଇଥିଲା । ମାତ୍ର ଶବ ଘରକୁ ଆସିବା ପରେ ପଡ଼ୋଶୀମାନଙ୍କର ନଖରାମୀ ଆରମ୍ଭ ହୋଇ ଯାଇଥିଲା। କରୋନା ମୃତ୍ୟୁ ଭୟରେ କେହି ତାଙ୍କୁ ଦେଖିବାକୁ ତ ଯିବା ଦୂରର କଥା, ଦୂରରେ ଥାଇ ସେହିଦିନ ଅନ୍ତିମ ସଂସ୍କାର କରିବାକୁ ମୃତ ମହିଳାଙ୍କ ପରିବାର ଉପରେ ଚାପ ପକାଇଥିଲେ । ଏଥିରେ ମହିଳାଙ୍କ ପୁଅ ରାଜି ହୋଇଥିଲେ ଓ ପଡ଼ୋଶୀମାନଙ୍କ ସହଯୋଗ ଲୋଡ଼ିଥିଲେ। ମାତ୍ର ଜଣେ ବି ପଡ଼ୋଶୀ ଘରୁ ବାହାରିବାକୁ ରାଜି ନ ଥିଲେ । ଶବ ସହ ଶ୍ମଶାନ ପର୍ଯ୍ୟନ୍ତ ଯିବା ତ ଦୂରର କଥା । ଶେଷରେ ମୃତକ ମହିଳାଙ୍କ ପରିବାର ଲୋକମାନେ ତାଙ୍କୁ ସେହି ଆମ୍ବୁଲାନ୍ସରେ ଶ୍ମଶାନ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଖବର ପାଇ ନିଗମବୋଧ ଶ୍ମଶାନ ନିକଟରେ ମୃତ ମହିଳାଙ୍କ ପୁଅର କିଛି ସମ୍ପର୍କୀୟ ଓ ଏକ ସ୍ବେଚ୍ଛାସେବୀ ସଂସ୍ଥାର ଲୋକ କୃଷ୍ଣ ନଗରରେ ପହଞ୍ଚିଥିଲେ । ମାତ୍ର ଶବକୁ ନେବା ପାଇଁ ଚାରି କାନ୍ଧ ମିଳି ନ ଥିଲା ।  ମହିଳାଙ୍କୁ କାନ୍ଧ ଦେବା ପାଇଁ ପରିବାର ଲୋକେ ପଛ ଘୁଞ୍ଚା ଦେଇଥିଲେ ।  ମହିଳାଙ୍କ ପୁଅ ଓ ଦୁଇ ବନ୍ଧୁଙ୍କୁ ମିଶାଇ ୩ ଜଣ ଥିଲେ । ଶେଷରେ ୪ର୍ଥ ଲୋକଟିର ଅଭାବ ପୂରଣ ପାଇଁ ଜଣେ ବାହାର ଲୋକଙ୍କୁ ଡ଼ାକିବାକୁ ପଡ଼ିଥିଲା । ସେହି ଲୋକ କାନ୍ଧ ଦେବା ପାଇଁ ତ ରାଜି ଥିଲେ, ହେଲେ ଏଥିପାଇଁ କିଛି ଟଙ୍କା ଦାବି କରିଥିଲେ । ଅନନ୍ୟୋପାୟ ହୋଇ ମୃତ ମହିଳାଙ୍କ  ପୁଅ ତାକୁ କିଛି ଟଙ୍କା ଦେଇ ନିଜ ମା’ଙ୍କ ଅନ୍ତିମ ସଂସ୍କାର କରିବାକୁ ନେବାକୁ ବାଧ୍ୟ ହୋଇଥିଲେ ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories