www.samajalive.in
Monday, December 8, 2025
24.1 C
Bhubaneswar

କରୋନା ମୁକାବିଲା ପାଇଁ ଠିକାଦାରଙ୍କ ଅଭିନବ ପ୍ରୟାସ, ରୋଜଗାର ଯୋଗାଇବା ସହିତ ରେଡ କ୍ରସ ପାଣ୍ଠିକୁ ଦାନ

ସମ୍ବଲପୁର :  କରୋନା ମହାମାରୀର ସଙ୍କଟ ଯୋଗୁଁ ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ସାଧାରଣ ଜନତାଙ୍କର ଆର୍ଥିକ ସ୍ଥିତିବସ୍ଥା ନ କହିବା ଭଲ । ଏଭଳି ଘଡିସନ୍ଧି ପରିସ୍ଥିତିରେ ମଧ୍ୟବିତ୍ତ ସ୍ୱାବଲମ୍ବୀ ପରିବାର ମାନେ ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସମ୍ବଲପୁର ଉପକଣ୍ଠସ୍ଥ ଖଣ୍ଡୁଆଳ ଗ୍ରାମର ଶୁଭ ନାରାୟଣ ଦାସ ନାମକ ଜଣେ ଛୋଟିଆ ଠିକାଦାର ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କରୋନା ଯୋଗୁଁ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ ଠପ ପଡିଥିବାରୁ ତାଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ। ଏଣୁ ସେ ନିଜ ତଥା ତାଙ୍କ ନିକଟରେ କାର୍ଯ୍ୟରତ ଯୁବକ ମାନଙ୍କର ରୋଜଗାର ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ଲକ ଡାଉନ ପରେ ଆର୍ଥିକ ସ୍ଥିତି ଦୂର୍ବଳ ହେବାରୁ ଶୁଭ ନାରାୟଣ ଗ୍ରାମାଞ୍ଚଳରେ ରହିଥିବା ପରିବା ଚାଷୀ ମାନଙ୍କ ଠାରୁ ପରିବା କିଣି ସମ୍ବଲପୁରକୁ ଆସି ବିକ୍ରି କରୁଛନ୍ତି। ଏହି କାର୍ଯ୍ୟରେ ସେ ତାଙ୍କ ସହିତ କାର୍ଯ୍ୟରତ ୬ ଜଣ ଯୁବକ ଓ ନିଜର ଦୁଇଟି ଅଟୋକୁ ନିୟୋଜିତ କରି ନୂତନ ରୋଜଗାରର ପନ୍ଥା ଖୋଜି ବାହାର କରିଛନ୍ତି। ଏହା ସହିତ ଶୁଭ ନାରାୟଣ ପରିବା ବ୍ୟବସାୟରୁ ପାଇଁ ଲାଭାଂଶରୁ ୨ ହଜାର ଟଙ୍କା କରୋନା ମୁକାବିଲା ପାଇଁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରହିଥିବା ରେଡକ୍ରସ ସୋସାଇଟୀକୁ ଦାନ କରିଛନ୍ତି। ୨ ହଜାର ଟଙ୍କା ସହାୟତା ରାଶି ସମ୍ବଳିତ ଚେକକୁ ରେଡକ୍ରସର ପ୍ରମିଳା ବେହେରା କାର୍ଯ୍ୟାଳୟରେ ଗ୍ରହଣ କରିଥିଲେ। ଶୁଭ ନାରାୟଣଙ୍କ ଏଭଳି ଅଭିନବ ଉପାୟରେ କରୋନାର ମୁକାବିଲା କରି ଅନ୍ୟଙ୍କୁ ରୋଜଗାର ପ୍ରଦାନ ସହିତ ରେଡକ୍ରସକୁ ସହାୟତା ଯୋଗାଇ ଦେବାକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories