www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ମୁକାବିଲା ପାଇଁ ଆରଡି ପଞ୍ଚାୟତରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ଆରଡି : ମହାମାରୀ କରୋନା ସାରା ବିଶ୍ୱରେ କାୟାବିସ୍ତାର କରିବା ସହ ଦିନକୁଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଗତ କିଛିଦିନ ହେବ ଭଦ୍ରକ ଜିଲାକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଫେରିଥିବା କେତେକ ପ୍ରବାସୀ ଓଡିଆଙ୍କ ନିକଟରେ ମହମାରୀ କରୋନା ଲକ୍ଷଣ ଦେଖା ଦେବା ଫଳରେ ସହତ୍ସାଧିକ ଲୋକଙ୍କର ରକ୍ତ ନମୁନା ପଠାଯାଇଥିଲା। ମଙ୍ଗଳବାର ସୁଦ୍ଧା ୧୮ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ନେଇ ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ କିପରି ଭାବେ କରୋନା ମୁକାବିଲା କରାଯିବ ମଙ୍ଗଳବାର କରୋନା ମୁକାବିଲାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଭାର ନେଇଥିବା ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଶାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ସମସ୍ତ ୱାଡମେମ୍ବର, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ କେତେକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ପଞ୍ଚାୟତରେ କିପରି ଭାବେ କରୋନ ମୁକାବିଲା କରାଯିବ ସେଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ବିଶେଷକରି ବାହାର ରାଜ୍ୟରୁ ଆସିବାକୁ ଥିବା ଶତାଧିକ ଲୋକମାନଙ୍କ ପାଇଁ କ୍ୱାରେନ୍‌ଣ୍ଟାଇନ ସେଣ୍ଟର ପ୍ରସ୍ତୁତ ରଖିବା, ଏପରିକି ସେମାନଙ୍କର ଖାଦ୍ୟପେୟର ଯତ୍ନ ନେବା  ଆଦି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ସଫଳ କାର୍ଯ୍ୟକାରିତା ନେଇ ଏକ କମିଟି ଗଠନ କରାଯାଇଥିଲା। ସେହିପରି ଯଦି କୌଣସି ଲୋକ ନିକଟରେ କରୋନା ସଂକ୍ରମଣ ଦେଖା ଦେଲା ସେଥିପାଇଁ କିଛି ବ୍ୟସ୍ତତା ନହୋଇ ତାଙ୍କୁ କିପରି ଭାବେ କୋଭିଡ ହସ୍ପିଟାଲକୁ ନିଆଯିବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନୋଡାଲ ଅଫିସର ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories