www.samajalive.in
Tuesday, December 9, 2025
15.1 C
Bhubaneswar

କମିଲା ସୁନା ଦର; ୨୪ କ୍ୟାରେଟ ଦାମ୍ ୪୫,୯୭୪ ଟଙ୍କା, ୨୨ କ୍ୟାରେଟ୍ ୪୨୧୧୨

ଭୁବନେଶ୍ବର (ବ୍ୟୁରୋ): ସାରା ବିଶ୍ବରେ କରୋନା ଛାୟା । ଭାରତରେ ଲକ୍ ଡ଼ାଉନ ଯୋଗୁଁ ଦୋକାନବଜାର ବନ୍ଦ । ସୁନା ଦୋକାନ ଖୋଲିବାର ପ୍ରଶ୍ନ ଉଠୁନାହିଁ । କେବେ ଗହଣା ଦୋକାନ ଖୋଲିବ ତାହାର କିଛି ସ୍ଥିରତା ନାହିଁ । ତଥାପି ସୁନା ରୂପା ଦର କମୁନାହିଁ । ଅକ୍ଷୟ ତୃତୀୟାରେ ୧୦ ଗ୍ରାମକୁ ୪୬ ହଜାର ଟଙ୍କା ଦରରେ କିଛି ଗ୍ରାହକ ଅନଲାଇନରେ ’ପେପର ଗୋଲ୍ଡ଼’ କିଣିଛନ୍ତି । ଅକ୍ଷୟ ତୃତୀୟା ଯିବାର ଦୁଇଦିନ ପରେ ସୁନା ମୂଲ୍ୟ କିଛିଟା ହ୍ରାସ ପାଇଛି । ୨୮ ଏପ୍ରିଲ (ମଙ୍ଗଳବାର) ସୁନା ମୂଲ୍ୟ ଗ୍ରାମକୁ ୫୦ ଟଙ୍କା ଶସ୍ତା ହୋଇଛି । ସୋମବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୪୬୩୩୬ ଟଙ୍କା ଥିବାବେଳେ ମଙ୍ଗଳବାର   ୪୫୯୭୪କୁ ଦର ଖସିଛି । ସେହିପରି ୯୧୬ ହଲମାର୍କ (୨୨ କ୍ୟାରେଟ୍) ସୁନା ମୂଲ୍ୟ ୧୦ ଗ୍ରାମକୁ ୪୨୧୧୨ ଟଙ୍କା ରହିଛି ।  ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪୪୮୧ ଓ ୧୪ କ୍ୟାରେଟ୍ ସୁନା ମୂଲ୍ୟ ୨୬୮୯୫ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ରୁପା ମୂଲ୍ୟ ମଧ୍ୟ ସାମାନ୍ୟ କମିଛି ଓ କିଲୋ ପିଛା ମୂଲ୍ୟ ମଙ୍ଗଳବାର  ୪୧୫୩୦ଟଙ୍କା ଥିବା ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories