www.samajalive.in
Sunday, December 7, 2025
13.1 C
Bhubaneswar

ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମ ମାତ୍ର ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପା୍ରଥମିକତା ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ-୧୯କୁ ଦୃଷ୍ଟିରେ ରଖି ପ୍ୟାକସ୍‌ ଓ ଲ୍ୟାମ୍ପସ୍‌ଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ପତ୍ର ଲେଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟ ୭୫୦୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେଇଥିଲେ । ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ ଏବଂ ଏହାକୁ କିଷାନ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ମଞ୍ଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରାଯିବ। ଏଥିରେ ଖିଲାଫ ହେଲେ ତାହା ବେନିୟମ ବୋଲି ବିବେଚନା କରାଯିବ।
କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟ ସମେତ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପ୍ୟାକସ୍‌ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ସ୍ୱଳ୍ପମିଆଦୀ କୃଷି ଋଣ ଅନୁମୋଦନ ଏବଂ ପ୍ରଦାନ ଅଫଲାଇନ ମାଧ୍ୟମରେ କରିବା ନିମନ୍ତେ ଅନୁମତି ଦିଆଯାଇଛି। ଏହା ଖରିଫ ୨୦୨୦ ଋତୁ ଶେଷ ୩୦.୦୯.୨୦୨୦ ପର୍ଯ୍ୟନ୍ତ କରାଯାଇପାରିବ। ଋଣ ଅନୁମୋଦନ ଓ ପ୍ରଦାନ ସମୟରେ ପ୍ୟାକସ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାଗୁଡ଼ିକରେ ସାମାଜିକ ଦୂରତ୍ୱ ନିମୟକୁ କଡାକଡି ଭାବେ ପାଳନ କରାଯିବ। ପାଞ୍ଚଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ। ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ। ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେହିପରି ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡିବ। ଫସଲ ଋଣ ପରିଶୋଧ କରିବା ସମୟ ସୀମା ପ୍ରଥମ ଋଣ ଉଠାଣ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ ରଖାଯାଇଛି। ତେବେ ଆଖୁ, କଦଳୀ ଚାଷ ଭଳି ଦୀର୍ଘ ସମୟ ଲାଗୁଥିବା ଚାଷ କାର୍ଯ୍ୟ ନିମନ୍ତେ ଋଣ ପରିଶୋଧ ସମୟ ସୀମା ୧୮ ମାସ ରଖାଯାଇଛି । ଏଥିସହିତ ସମବାୟ ଋଣ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକ ପରିବାରଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପୂର୍ବକ ଖରିଫ କୃଷି ଋଣ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଦରଖାସ୍ତ ଦାଖଲ କରିବା ୧୫ ଦିନ ମଧ୍ୟରେ ରୂପେ କିଷାନ କ୍ରେଡିଟ କାର୍ଡ ସହିତ ଋଣ ଅନୁମୋନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯୁଗ୍ମ ଦେୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ। ପ୍ୟାକସମାନଙ୍କୁ ସେମାନଙ୍କର ମୋଟ ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟର ଅନ୍ତତଃ ୧୦ ପ୍ରତିଶତ ଯୁଗ୍ମ ଦେୟ ଗୋଷ୍ଠୀମାନଙ୍କୁ ପ୍ରଦାନ କିରବା ପାଇଁ ପରାମର୍ଶ ଦିଆଯାଇଛି। ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ। ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ, କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି। ଦୀର୍ଘ ମିଆଦୀ କୃଷି ଋଣ ମାଧ୍ୟମରେ ଟ୍ରାକଫଟର, ପାୱାର ଟିଲର, ପମ୍ପସେଟ୍‌, କ୍ଷୁଦ୍ର ଜଳସେଚନ, କୃଷି ଯନ୍ତ୍ରର ବ୍ୟବହାର, ବୃକ୍ଷରୋପଣ, ଉଦ୍ୟାନ କୃଷି ସମେତ ଆନୁଷଙ୍ଗିକ କ୍ଷେତ୍ର ଗୋପାଳନ, କୁକୁଡା ଚାଷ, ମତ୍ସ୍ୟ ଚାଷକୁ ଅଗ୍ରାଧିକାରଭିତ୍ତିରେ ଋଣ ପ୍ରଦାନ ନିମନ୍ତେ ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଫସଲ ଋଣ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗକୁ ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories